ଉଦ୍ଘାଟିତ ହେଲା କଳିଙ୍ଗ ଯୁଦ୍ଧ କର୍ମଶାଳା
ଭୁବନେଶ୍ୱର,୦୩ ଜୁନ (ହି.ସ.) - ଓଡ଼ିଶା ଇତିହାସରେ କଳିଙ୍ଗ ଯୁଦ୍ଧ ପ୍ରସଙ୍ଗ ପୁନର୍ବାର ଲେଖାଯିବ। ଏନେଇ ଭୁବନେଶ୍ୱର ପାନ୍ଥ ନିବାସ କଳିଙ୍ଗ ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳିଙ୍ଗ ଯୁଦ୍ଧ କର୍ମଶାଳା ଆୟୋଜିତ କରିଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ ଅତିଥି ଭାବେ ଯୋଗ ଦେଇଥିଲେ
ଉଦ୍ଘାଟିତ ହେଲା କଳିଙ୍ଗ ଯୁଦ୍ଧ କର୍ମଶାଳା


ଭୁବନେଶ୍ୱର,୦୩ ଜୁନ (ହି.ସ.) - ଓଡ଼ିଶା ଇତିହାସରେ କଳିଙ୍ଗ ଯୁଦ୍ଧ ପ୍ରସଙ୍ଗ ପୁନର୍ବାର ଲେଖାଯିବ। ଏନେଇ ଭୁବନେଶ୍ୱର ପାନ୍ଥ ନିବାସ କଳିଙ୍ଗ ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳିଙ୍ଗ ଯୁଦ୍ଧ କର୍ମଶାଳା ଆୟୋଜିତ କରିଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ ଅତିଥି ଭାବେ ଯୋଗ ଦେଇଥିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏଥିସହ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାସ , ସାହିତ୍ୟିକ ତଥା ସ୍ତମ୍ଭକାର ଅଭୟ ଦିୱେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଖ୍ରୀଷ୍ଟ ପୂର୍ବ ୨୬୧ ସମୟର ସଂଗଠିତ ହୋଇଥିବା କଳିଙ୍ଗ ଯୁଦ୍ଧର ସତ୍ୟାସତ୍ୟ କଣ ? ଏନେଇ ଅତିଥିମାନେ କର୍ମଶାଳାରେ ମତ ରଖିଥିଲେ। ସେମାନେ କହିଥିଲେ ଏହା ଉପରେ ଆହୁରି ଆଲୋଚନା ଆବଶ୍ୟକ। ଯୁଦ୍ଧ ସମ୍ପର୍କରେ ସମାଜରେ ଦୁଇ ପ୍ରକାର ମତ ସବୁବେଳେ ରହିଥାଏ। ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଆଲୋଚନା ହେବ। ଯାହା ଆଲୋଚନା ହେବ ତାହା ଲିଖିତ ଆକାରରେ ରଖାଯିବ। କଳିଙ୍ଗ ଯୁଦ୍ଧ ବାସ୍ତବିକ କାହିଁକି ହୋଇଥିଲା, ସେ ସମୟରେ କିଏ ନେତୃତ୍ୱ ନେଇଥିଲେ ସରକାରୀ ପୃଷ୍ଠାପୋଷକତା ଏବଂ ସାଧାରଣ ଜନତାଙ୍କ ସହାଭାଗିତାରେ ଆମେ ଏହାକୁ ଉନ୍ମୋଚନା କରିବା। ଯାହା ଆଗାମୀ ପିଢ଼ିକୁ ପ୍ରେରଣା ଦେବ, ତାହାହିଁ ପାଠ୍ୟ ପୁସ୍ତକରେ ସ୍ଥାନିତ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande