୩ ରୁ ୪ ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ଥ ଚାଷୀ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୦୩ ଜୁନ (ହି.ସ.) - ମୌସୁମୀ ବର୍ଷା ଏବଂ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ଥ ଚାଷୀ ୩ ରୁ ୪ ଦିନ ଭିତରେ କ୍ଷତିପୂରଣ ପାଇବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଜିଲ୍ଲାପାଳମାନଙ୍କୁ ମଗା ଯାଇଥିବା କ୍ଷୟକ୍ଷତି ରିପୋର୍ଟ ଆସିବା ଆରମ୍ଭ ହୋଇଛି। ମୌସୁମୀ ବର୍ଷା ଏବଂ ଲଘୁଚାପ ବର୍ଷାରେ କ୍ଷୟକ
୩ ରୁ ୪ ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ଥ ଚାଷୀ - ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର,୦୩ ଜୁନ (ହି.ସ.) - ମୌସୁମୀ ବର୍ଷା ଏବଂ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ଥ ଚାଷୀ ୩ ରୁ ୪ ଦିନ ଭିତରେ କ୍ଷତିପୂରଣ ପାଇବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଜିଲ୍ଲାପାଳମାନଙ୍କୁ ମଗା ଯାଇଥିବା କ୍ଷୟକ୍ଷତି ରିପୋର୍ଟ ଆସିବା ଆରମ୍ଭ ହୋଇଛି। ମୌସୁମୀ ବର୍ଷା ଏବଂ ଲଘୁଚାପ ବର୍ଷାରେ କ୍ଷୟକ୍ଷତି ହୋଇଛି। କଟା ଯାଇଥିବା ଧାନ ନଷ୍ଟ ହୋଇଛି। ପୂର୍ବରୁ ସମୀକ୍ଷା କରି ୩ ଦିନ ଭିତରେ ରିପୋର୍ଟ ଦେବାକୁ କହିଥିଲି। ଜିଲ୍ଲାପାଳ ମନେ ରିପୋର୍ଟ ଦେବା ଆରମ୍ଭ କରିଛନ୍ତି।୩ ରୁ ୪ ଦିନ ମଧ୍ୟରେ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ କୁହାଯାଇଛି। ଓଦା ହୋଇଥିବା ଧାନକୁ ଯନ୍ତ୍ରପାତି ଦ୍ୱାରା ଶୁଖାଇ କିଣିବାକୁ କୁହାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande