ଭୁବନେଶ୍ୱର, 3 ଜୁନ୍ (ହି.ସ.)- ଆଇନ
ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭାରତୀୟ ମଜଦୂର ସଂଘର ରାଷ୍ଟ୍ରୀୟ ଉପ- ସଂଗଠନ ସମ୍ପାଦକ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଆଜି ଭୁବନେଶ୍ୱର ସ୍ଥିତ ସରକାରୀ
ବାସଭବନ ଠାରେ ଭାରତୀୟ ମଜଦୂର ସଂଘର ରାଷ୍ଟ୍ରୀୟ ଉପ- ସଂଗଠନ ସମ୍ପାଦକ ମାନନୀୟ ଗଣେଶ ମିଶ୍ର ଜୀ
ଓ ଓଡ଼ିଶା ପ୍ରଦେଶ ଶାଖାର ସଂଗଠନ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ଦାସ ପ୍ରମୁଖ ସୈାଜନ୍ୟମୂଳକ ସାକ୍ଷାତ
କରି ବିଭିନ୍ନ ବିଷୟରେ ଆଲୋଚ଼ନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା