ଭୁବନେଶ୍ୱର,୦୩ ଜୁନ (ହି.ସ.) - ସବୁ ପିଭିଟିଜି ଗାଁକୁ ରାସ୍ତା ସଂଯୋଗ କରିବା ପାଇଁ ରାଜ୍ୟ ସରକାର ବଡ଼ ଧରଣର ପ୍ଲାନ କରିଛନ୍ତି। ଏନେଇ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ ପିଏମ୍ ଜନମନ ଯୋଜନାରେ ସବୁ ପିଭିଟିଜି ଗାଁକୁ ରାସ୍ତା ହେବ। ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁ ଗୁଡ଼ିକୁ ମଧ୍ୟ ରାସ୍ତା ଯିବ। ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇ କାମ ଆରମ୍ଭ ହୋଇଗଲାଣି । ଆସନ୍ତା ବର୍ଷ ସୁଦ୍ଧା ରାସ୍ତା କାମ ସରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହ ପିଭିଟିଜିମାନଙ୍କ ପାଇଁ ପିଏମ୍ ଜନମନ ଯୋଜନାରେ ୪୦ ହଜାର ପକ୍କା ଘର ଦେବେ ସରକାର ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା