ପ୍ରତି ପଂଚାୟତରୁ ୧୦ ଜଣଙ୍କୁ ଅନ୍ତ୍ୟୋଦ୍ୟୋୟ ଘର ଦେବେ ସରକାର
ଭୁବନେଶ୍ୱର,୦୩ ଜୁନ (ହି.ସ.) - ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତି ଅବସରରେ ପ୍ରତି ପଂଚାୟତରୁ ୧୦ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦ୍ୟୋୟ ଗୃହ ଯୋଜନାରେ ପକ୍କା ଘର ଦେବେ ସରକାର। ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତି ପଂଚାୟତରୁ ୧୦ ଜଣ ଲେଖାଏଁ ହ
ପ୍ରତି ପଂଚାୟତରୁ ୧୦ ଜଣଙ୍କୁ ଅନ୍ତ୍ୟୋଦ୍ୟୋୟ ଘର ଦେବେ ସରକାର


ଭୁବନେଶ୍ୱର,୦୩ ଜୁନ (ହି.ସ.) - ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତି ଅବସରରେ ପ୍ରତି ପଂଚାୟତରୁ ୧୦ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦ୍ୟୋୟ ଗୃହ ଯୋଜନାରେ ପକ୍କା ଘର ଦେବେ ସରକାର। ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତି ପଂଚାୟତରୁ ୧୦ ଜଣ ଲେଖାଏଁ ହିତାଧିକାରୀଙ୍କୁ ଅନ୍ତଦ୍ୟୋୟ ଗୃହ ଯୋଜନାରେ ସାମିଲ କରାଯିବ। ଏହାର ତାଲିକା ୫ ଦିନ ଭିତରେ ଦେବା ପାଇଁ ବିଡ଼ିଓ ମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୨ ତାରିଖ ଦିନ ହେବାକୁ ଥିବା ସରକାରଙ୍କ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ସେହି ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ । ଅନ୍ତୋଦ୍ୟୋୟ ଗୃହ ଯୋଜନାରେ ରାଜ୍ୟ ସରକାର ୫୯ ହଜାର ୮୦୦ ହିତାଧିକାରୀଙ୍କୁ ପକ୍କା ଘର ଦେଇସାରିଲେଣି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande