ରାଜସ୍ୱ ଅଧିକାରୀଙ୍କ କ୍ଲାସ ନେବେ ମୁଖ୍ୟମନ୍ତ୍ରୀ , ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୦୩ ଜୁନ (ହି.ସ.) - ରାଜସ୍ୱ ଅଧିକାରୀଙ୍କ କ୍ଲାସ ନେବେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ। ଆସନ୍ତାକାଲିଠାରୁ ଦୁଇ ଦିନିଆ ରାଜସ୍ୱ ଅଧିକାରୀଙ୍କ କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ୩୧୭ ତହସିଲଦାର, ୫୮ ଉପ ଜିଲ୍ଲାପାଳଙ୍କ ସହ ୩ ଆରଡିସି ଯୋଗଦେବେ। କର୍ମଶାଳାରେ ଭିସିରେ ଜିଲ୍ଲାପାଳ ଏବଂ ଜିଲ
ରାଜସ୍ୱ ଅଧିକାରୀଙ୍କ କ୍ଲାସ ନେବେ ମୁଖ୍ୟମନ୍ତ୍ରୀ , ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର,୦୩ ଜୁନ (ହି.ସ.) - ରାଜସ୍ୱ ଅଧିକାରୀଙ୍କ କ୍ଲାସ ନେବେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ। ଆସନ୍ତାକାଲିଠାରୁ ଦୁଇ ଦିନିଆ ରାଜସ୍ୱ ଅଧିକାରୀଙ୍କ କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ୩୧୭ ତହସିଲଦାର, ୫୮ ଉପ ଜିଲ୍ଲାପାଳଙ୍କ ସହ ୩ ଆରଡିସି ଯୋଗଦେବେ। କର୍ମଶାଳାରେ ଭିସିରେ ଜିଲ୍ଲାପାଳ ଏବଂ ଜିଲ୍ଲାର ରାଜସ୍ୱ ଅଧିକାର୍ୱାନେ ରହିବେ। କର୍ମଶାଳାକୁ ବାର୍ଷିକ ପ୍ରୋଗେସ ରିପୋର୍ଟ ଧରି ଆସିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ବର୍ଷକର ରାଜସ୍ୱ ସେବାର ସମୀକ୍ଷା କରିବେ। ଭଲ ପ୍ରଦର୍ଶନ କରିଥିବା ୩ ଟି ଜିଲ୍ଲା ଏବଂ ୫ଟି ତହସିଲକୁ ପୁରସ୍କୃତ କରାଯିବ। ଗରିବଙ୍କୁ ଜମି ପଟ୍ଟା, ଜମି ଅଧିଗ୍ରହଣକୁ ଗୁରୁତ୍ୱ ଦେବାକୁ କୁହାଯିବ। ୨୦୩୬ ସୁଦ୍ଧା ନୂଆ ଓଡିଶା ବିକଶିତ ଓଡିଶା ଭିଜନ ଡକ୍ୟୁମେଂଟ ତହସିଲଦାର ମାନଙ୍କୁ ଉପସ୍ଥାପନ କରାଯିବ। ସେଥିରେ ସେମାନଙ୍କର ଭୂମିକା କଣ ରହିବ ଅବଗତ କରାଯିବ ବୋଲି କହଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande