ଇସ୍ଲାମାବାଦ 3 ଜୁନ
(ହି.ସ)-ପାକିସ୍ଥାନର ଦୁଇଟି ପ୍ରଦେଶରେ ଗତ 24 ଘଣ୍ଟାରେ ଦୁଇ ପୋଲିସ ଷ୍ଟେସନ ଉପରେ ବଡ ଆକ୍ରମଣ
ହୋଇଛି।ଏହି ଆକ୍ରମଣ ବ୍ୟତୀତ ଏନକାଉଣ୍ଟରରେ
ସାତଜଣ ବେଲୁଚ ଲଢୁଆଙ୍କ ମୃତ୍ୟୁ ହୋଇଛି।ବଲୁଚ ଲଢୁଆମାନଙ୍କୁ ପାକିସ୍ଥାନର ଆତଙ୍କବାଦୀ କହୁଛନ୍ତି।ବଲୁଚିସ୍ଥାନର
ଲୋକ ପାକିସ୍ଥାନଠାରୁ ସ୍ୱାଧୀନତା ଦାବି କରୁଛନ୍ତି।ସେଠାରେ ବହୁତ ଦିନ ଧରି ଲୋକମାନେ ସଙ୍ଘର୍ଷ
କରିଆସୁଛନ୍ତି।
ଦୁନିଆ ନ୍ୟୁଜ ଟିଭି ଚ୍ୟାନେଲ
ଖବର ଅନୁସାରେ ଖୈବର ପଖ୍ତୁନଖ୍ୱା ପ୍ରଦେଶର
ବାଜୋର ଜିଲ୍ଲା ଏବଂ ବନ୍ନୁ ଜିଲ୍ଲାରେ ଦୁଇ ପୋଲିସ ଷ୍ଟେସନ ଉପରେ ଆତଙ୍କବାଦୀ ଆକ୍ରମଣକୁ ବିଫଳ
କରାଯାଇଥିଲା।ଖୈବର ପଖ୍ତୁନଖ୍ୱା ପୋଲିସ ମହାନିରୀକ୍ଷକ ଜୁଲ୍ଫିକାର ହମୀଦ କହିଛନ୍ତି ଯେ ଲୋଇ
ମାମୁଣ୍ଡ (ବାଜୋର ଜିଲ୍ଲା) ଏବଂ ମିରୟାନ(ବନ୍ନୁ)ରେ ପୋଲିସ ଷ୍ଟେସନ ଉପରେ ବିଳମ୍ବିତ ରାତିରେ
ଆତଙ୍କବାଦୀମାନ ଆକ୍ରମଣ କରିଥିଲେ।ପୋଲିସ ବାହିନୀ ସାହସର ସହିତ ମୁକାବିଲା କରି ସେମାନଙ୍କୁ ଘୋଉଡାଇ
ଦେଇଥିଲେ।ହମିଦ ପୋଲିସ ବାହିନୀ ପାଇଁ ପ୍ରଶଂସା ପତ୍ର ଏବଂ ପୁରସ୍କାର ଘୋଷଣା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା