ଅପରେସନ ବ୍ଲୁ ଷ୍ଟାରର ବାର୍ଷିକୀରେ ଅମୃତସରରେ ଆର୍ଲଟ,ଦଳ ଖାଳସା ବନ୍ଦ ଡାକରା ଦେଇଛନ୍ତି
ଚଣ୍ଡୀଗଢ 5 ଜୁନ (ହି.ସ)-ପଞ୍ଜାବରେ ଅପରେସନ ବ୍ଲୁ ଷ୍ଟାରର 6 ଜୁନରେ ବାର୍ଷିକୀକୁ ଦୃଷ୍ଟିରେ ରଖି ପୋଲିସ ସଜାଗ ରହିଛି।ଦଳ ଖାଲସା ପକ୍ଷରୁ 6 ଜୁନରେ ଅମୃତସର ବନ୍ଦ ଡାକରା ଦେଇଛି।ପ୍ରଶାସନ ସେହି ଦିନ ଗୁରୁନାନକ ଦେବ ୟୁନିଭରସିଟିର ସମସ୍ତ ପରୀକ୍ଷା ବାତିଲ କରିଦ
ଅପରେସନ ବ୍ଲୁ ଷ୍ଟାରର ବାର୍ଷିକୀରେ ଅମୃତସରରେ ଆର୍ଲଟ,ଦଳ ଖାଳସା ବନ୍ଦ ଡାକରା ଦେଇଛନ୍ତି


ଚଣ୍ଡୀଗଢ 5 ଜୁନ

(ହି.ସ)-ପଞ୍ଜାବରେ ଅପରେସନ ବ୍ଲୁ ଷ୍ଟାରର 6 ଜୁନରେ ବାର୍ଷିକୀକୁ ଦୃଷ୍ଟିରେ ରଖି ପୋଲିସ ସଜାଗ

ରହିଛି।ଦଳ ଖାଲସା ପକ୍ଷରୁ 6 ଜୁନରେ ଅମୃତସର

ବନ୍ଦ ଡାକରା ଦେଇଛି।ପ୍ରଶାସନ ସେହି ଦିନ ଗୁରୁନାନକ ଦେବ

ୟୁନିଭରସିଟିର ସମସ୍ତ ପରୀକ୍ଷା ବାତିଲ କରିଦେଇଛି।ଏହିଦିନ ଦରବାର ସାହିବରେ ଅଖଣ୍ଡ ପାଠ

ସାହିବ ପ୍ରଦାନ କରାଯିବ।ଅକାଳ ତଖ୍ତ ସାହିବର ଜତ୍ଥେଦାର ସମ୍ପ୍ରଦାୟ ନାମରେ ଏକ ବାର୍ତ୍ତା ଜାରି

କରିବେ।ପଞ୍ଜାବରେ ଅପରେସନ ବ୍ଲୁ ଷ୍ଟାରର 6 ଜୁନ ବାର୍ଷିକୀକୁ ଦୃଷ୍ଟିରେ ରଖି ପୋଲିସ ଏବଂ

ପ୍ରଶାସନ ସତର୍କ ରହିଛି।ଜିଲ୍ଲାର ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି

କରାଯାଇଛି।କୌଣସି ଅପ୍ରତିକର ଘଟଣାର ଆଶଙ୍କା ଥିବାରୁ ପୋଲିସ ନିରନ୍ତର ଫ୍ଲାଗ ମାର୍ଚ୍ଚ

କରୁଛି।ପୋଲିସ ଦରବାର ସାହିବ ପରିସରରେ ଫ୍ଲାଗ ମାର୍ଚ୍ଚ କରିଥିଲା।ଏହି ସମୟରେ ଦଳ ଖାଳସା ଜୁନରେ

ଅମୃତସର ବନ୍ଦ ଡାକରା ଦେଇଛି।ଦଳ ଖାଲସା ଗୁରୁବାର ସନ୍ଧ୍ୟାରେ ଅପରେସନ ବ୍ଲୁ ଷ୍ଟାରର ବାର୍ଷିକୀ ପୁର୍ବ ସନ୍ଧ୍ୟା ଘଲ୍ଲୁଘାରା

ମାର୍ଚ୍ଚ ବାହାର କରିବାକୁ ଘୋଷଣା କରିଛି, ଯାହା ସହରର ବିଭିନ୍ନ ବଜାର ଦେଇ ଗତି କରି ଶ୍ରୀ ଅକାଳ

ତଖ୍ତରେ ଶେଷ ହେବ।ଯାହା ଯୋଗୁଁ ସୁରକ୍ଷା ଏଜେନ୍ସୀଗୁଡିକ

ମଧ୍ୟ ସତର୍କ ହୋଇଗଲେଣି ଏବଂ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଏ ନେଇ ସତର୍କତାମୁଳକ

ପଦକ୍ଷେପ ନେବା ଆରମ୍ଭ କରିଦେଲେଣି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande