କିଙ୍ଗଦାଓରେ ଚୀନ ପ୍ରତିରକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜନାଥ ସିଂ
କିଙ୍ଗଦାଓ, 27 ଜୁନ୍ (ହି.ସ.) - ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଚୀନର କିଙ୍ଗଦାଓ ସହରରେ ସାଂଘାଇ ସହଯୋଗ ସଂଗଠନର ପ୍ରତିରକ୍ଷା ମନ୍ତ୍ରୀ ଅଂଶଗ୍ରହଣ କରୁଥିବା ବୈଠକ ସମୟରେ ଚୀନର ପ୍ରତିରକ୍ଷାମନ୍ତ୍ରୀ ଆଡମିରାଲ ଡନ ଜୁନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି। ସିଂହ ତାଙ
କିଙ୍ଗଦାଓରେ ଚୀନ     ପ୍ରତିରକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜନାଥ ସିଂ


କିଙ୍ଗଦାଓ, 27 ଜୁନ୍ (ହି.ସ.)

- ଭାରତର

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଚୀନର କିଙ୍ଗଦାଓ ସହରରେ ସାଂଘାଇ ସହଯୋଗ ସଂଗଠନର ପ୍ରତିରକ୍ଷା ମନ୍ତ୍ରୀ

ଅଂଶଗ୍ରହଣ କରୁଥିବା ବୈଠକ ସମୟରେ ଚୀନର ପ୍ରତିରକ୍ଷାମନ୍ତ୍ରୀ ଆଡମିରାଲ ଡନ ଜୁନଙ୍କ ସହିତ

ବାର୍ତ୍ତାଳାପ କରିଛନ୍ତି। ସିଂହ ତାଙ୍କର ଆଧିକାରିକ ଏକ୍ସ ହ୍ୟାଣ୍ଡେଲରେ ଏହି ବାର୍ତ୍ତାଳାପ

ସହିତ ତାଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଓ ଏହାର ସଂକ୍ଷିପ୍ତ ବିବରଣୀ ଦେଇଛନ୍ତି।

ରାଜନାଥ ସିଂହ କହିଛନ୍ତି,

“ଆମେ ଉଭୟେ ଦ୍ୱିପକ୍ଷୀୟ ସମ୍ପର୍କ

ସମ୍ବନ୍ଧୀୟ ବିଷୟଗୁଡ଼ିକୁ ନେଇ ରଚନାତ୍ମକ ଓ ଦୂରଦର୍ଶୀ ଚିନ୍ତାଧାରାର ଆଦାନ-ପ୍ରଦାନ କରିଛୁ।

ପ୍ରାୟ ଛଅ ବର୍ଷ ପରେ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହେବା ଉପରେ ମୁଁ ମୋର ଖୁସି

ବ୍ୟକ୍ତ କରିଛି। ଉଭୟ ପକ୍ଷ ପାଇଁ ଏହି ସକାରାତ୍ମକ ଗତିକୁ ଅବ୍ୟାହତ ରଖିବା ଏବଂ ଦ୍ୱିପକ୍ଷୀୟ

ସମ୍ପର୍କରେ ନୂଆ ଜଟିଳତା ଠାରୁ ଦୂରେଇ ରହିବା ଅତ୍ୟନ୍ତ ଆବଶ୍ୟକ।”

ଏଠାରେ ସୂଚନାଯୋଗ୍ୟ

ସାଂଘାଇ ସହଯୋଗ ସଙ୍ଗଠନର ଶିଖର ସମ୍ମିଳନୀରେ ରାଜନାଥ ସିଂହ କାଲି ଆତଙ୍କବାଦକୁ ନେଇ ବର୍ଷିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande