ନୂଆଦିଲ୍ଲୀ, 27 ଜୁନ୍ (ହି.ସ.)- ସାରା
ବିଶ୍ୱରେ ଆଜି ଧୁମଧାମରେ ପାଳନ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ନୂଆଦିଲ୍ଲୀ ହଜଖାସ
ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ ହେଉଛି । ଚଳିତ ବର୍ଷ ହଜଖାସ ଜଗନ୍ନାଥ ମନ୍ଦିରର 47 ତମ ରଥଯାତ୍ରା ଅନୁଷ୍ଠିତ ହେଉଛି । ମୁଖ୍ୟ
ଅତିଥିଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା
ଗୁପ୍ତା ପହଞ୍ଚିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଧର୍ମପତ୍ନୀ ମୁଦୃଳା ପ୍ରଧାନ ମଧ୍ୟ
ଅତିଥିଭାବେ ଆସିବେ । ପାଖାପାଖି 50 ହଜାର ଶ୍ରଦ୍ଧାଳୁ ରଥଯାତ୍ରାରେ ଭାଗ ନେବେ। ଓଡ଼ିଆ ସମେତ ଅଣଓଡ଼ିଆ ଭକ୍ତଙ୍କ ଆଗମନ
ହେଉଛି । ଏଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ କଡା
ସୁରକ୍ଷା ବ୍ୟବସ୍ଥା ହୋଇଛି। ଆନନ୍ଦ ବଜାରରେ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା