ବସନ୍ତଗଡ଼ ଜଙ୍ଗଲରେ ୩ ଜୈଶ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର୍‌
ଜମ୍ମୁ, ୨୭ ଜୁନ୍ (ହି.ସ.)- ଶୁକ୍ରବାର ସୁରକ୍ଷା ବାହିନୀର ଏକ ମିଳିତ ଦଳ ଉଧମପୁର ଜିଲ୍ଲାର ବସନ୍ତଗଡ଼ ଜଙ୍ଗଲ ଅଂଚଳରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍‌)ର ତିନି ଜଣ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛି । ଗୁରୁବାର ସୁରକ୍ଷା ବାହିନୀ ଏନକାଉଂଟରରେ ଜଣ
ବସନ୍ତଗଡ଼ ଜଙ୍ଗଲରେ ୩ ଜୈଶ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର୍‌


ଜମ୍ମୁ, ୨୭ ଜୁନ୍ (ହି.ସ.)- ଶୁକ୍ରବାର ସୁରକ୍ଷା ବାହିନୀର ଏକ ମିଳିତ ଦଳ ଉଧମପୁର ଜିଲ୍ଲାର ବସନ୍ତଗଡ଼ ଜଙ୍ଗଲ ଅଂଚଳରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍‌)ର ତିନି ଜଣ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛି । ଗୁରୁବାର ସୁରକ୍ଷା ବାହିନୀ ଏନକାଉଂଟରରେ ଜଣେ ଜୈଶ ଆତଙ୍କବାଦୀଙ୍କୁ ହତ୍ୟା କରିଛି ।

ଜମ୍ମୁ ରେଞ୍ଜ୍ ର ପୋଲିସ ମହାନିରୀକ୍ଷକ ଭୀମ ସେନ ଟୁଟି କହିଛନ୍ତି ଯେ, ବସନ୍ତଗଡ଼ ଜଙ୍ଗଲ ଅଂଚଳରେ ଫସି ରହିଥିବା ତିନି ଜଣ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଡ୍ରୋନ୍ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ଆଜି ସକାଳେ ଅପରେସନ ପୁଣି ଆରମ୍ଭ କରାଯାଇଛି । ଏହି ଗୋଷ୍ଠୀର ଅବଶିଷ୍ଟ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଘେରାବନ୍ଦୀକୁ ଆହୁରି ମଜବୁତ କରାଯାଇଛି । ଚାରି ଜଣ ଆତଙ୍କବାଦୀଙ୍କ ଗୋଷ୍ଠୀକୁ ଗୋଟିଏ ବର୍ଷ ଧରି ଟ୍ରାକ୍ କରାଯାଉଥିଲା । ସେ କହିଛନ୍ତି ଯେ, ଗୁରୁବାର ସକାଳେ ବସନ୍ତଗଡ଼ ନିକଟବର୍ତି ବିହାଲି ଅଂଚଳରେ ସେନା ଏବଂ ପୋଲିସର ଏକ ମିଳିତ ସର୍ଚ୍ଚ ଟିମ୍ ସେମାନଙ୍କୁ ସାମ୍ନା କରିଥିଲା । କରୁର ନାଲା ନିକଟରେ ଚାରି ଜଣ ଆତଙ୍କବାଦୀ ଲୁଚି ରହିଥିବାର ଜଣାପଡ଼ିଥିଲା ଏବଂ ସେନା ପାରା କମାଣ୍ଡୋଙ୍କ ନେତୃତ୍ୱରେ ମିଳିତ ସର୍ଚ୍ଚ ଟିମ୍ ସେମାନଙ୍କୁ ପିଛା କରିଥିଲା, ଯାହା ଫଳରେ ଏନକାଉଂଟର ହୋଇଥିଲା । ଏନକାଉଂଟରରେ ନିହତ ଆତଙ୍କବାଦୀକୁ ହାଇଦର ବୋଲି ଚିହ୍ନଟ କରାଯାଇଛି, ଯାହାର କୋଡ୍ ନାମ ପାକିସ୍ତାନର ମୌଲବୀ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande