ନୂଆଦିଲ୍ଲୀ, 27 ଜୁନ୍ (ହି.ସ.)
- ପବିତ୍ର
ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏନେଇ ସୋସିଆଲ
ମିଡିଆ ଏକ୍ସରେ ନଡ୍ଡା କହିଛନ୍ତି ଯେ, ଓଁ ଅନନ୍ତାୟ ଜଗନ୍ନାଥାୟ ନମଃ ।
ମହାପ୍ରଭୁ ଶ୍ରୀ
ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ।
ଏହି ପବିତ୍ର ଯାତ୍ରା
ଜନମାନସରେ ଧାର୍ମିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ସୁରକ୍ଷିତ କରିବା ଓ ତାହାକୁ ଏକ
ନୂଆ ଉତ୍କୃଷ୍ଟତା ଦେବା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଁ ମହାପ୍ରଭୁଙ୍କ ପାଖରେ
କାମନା କରୁଛି ଯେ ଶ୍ରଦ୍ଧା ଓ ଭକ୍ତିରେ ପରିପୂର୍ଣ୍ଣ ଏହି ଯାତ୍ରା ସମଗ୍ର ଦେଶବାସୀଙ୍କ ଜୀବନରେ
ସୁଖ,
ସମୃଦ୍ଧି ଓ ଆରୋଗ୍ୟ ନେଇଆସୁ। ଜୟ ଜଗନ୍ନାଥ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା