ଦ ବେଲ୍ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ବୟସର ଚର୍ଚ୍ଚା
ପୁରୀ, ୩ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ହେରାଗୋହିରି ସାହି ସ୍ଥିତ ଚନ୍ଦ୍ରଶେଖର ପାଠାଗାର ଠାରେ ବୟସର ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ବରିଷ୍ଠ ନାଗରିକ ଓ ସଂଗଠନ ଏଥି
ଦ ବେଲ୍ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ବୟସର ଚର୍ଚ୍ଚା


ଦ ବେଲ୍ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ବୟସର ଚର୍ଚ୍ଚା


ପୁରୀ, ୩ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ହେରାଗୋହିରି ସାହି ସ୍ଥିତ ଚନ୍ଦ୍ରଶେଖର ପାଠାଗାର ଠାରେ ବୟସର ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ବରିଷ୍ଠ ନାଗରିକ ଓ ସଂଗଠନ ଏଥିରେ ଯୋଗ ଦେଇଥିଲେ । ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା, ସାମାଜିକ କର୍ତ୍ତବ୍ୟ ଓ ଅଧିକାର ବିଷୟରେ ଯୋଗଦେଇଥିବା ବରିଷ୍ଠ ନାଗରିକ ଓ ମଞ୍ଚାସୀନ ଅତିଥିମାନେ ମତପ୍ରକାଶ କରିଥିଲେ । ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସମସ୍ତଙ୍କୁ ସ୍ଵାଗତ କରି କହିଲେ, ଉତ୍ତର ପୀଢି ଓ ପୂର୍ବ ପୀଢି ପରସ୍ପର ସହିତ ସୁସମ୍ପର୍କ ଓ ବୁଝାମଣା ଭିତିରେ ଚାଲିଲେ ବରିଷ୍ଠ ନାଗରିକ ମାନଙ୍କ ଅଧିକାର ସୁରକ୍ଷିତ ରହିବ। ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ମହାପାତ୍ର କହିଲେ, ବରିଷ୍ଠ ନାଗରିକ ମାନେ ନିଜର ଅଧିକାର ଜାହିର ନକରି ସାମାଜିକ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ।

କାର୍ଯ୍ୟକ୍ରମକୁ ବିଶିଷ୍ଟ ସ୍ତମ୍ବକାର ହରିଶଙ୍କର ମିଶ୍ର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତି ବ୍ଲକର ଗ୍ରାମାଞ୍ଚଳରେ କରାଗଲେ ଅଧିକ ସଚେତନତା ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ପୁରୀ ପୌରାଞ୍ଚଳରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କମ୍ଯୁନିଟ ହଲ, ସ୍ବତନ୍ତ୍ର ପାର୍କ, ଶ୍ରୀମନ୍ଦିରରେ ସୁବିଧା ଦର୍ଶନ ଓ ମେଡିକାଲରେ ସ୍ବତନ୍ତ୍ର ବ୍ଯବସ୍ଥା ପାଇଁ ବରିଷ୍ଠ ନାଗରିକ ମାନେ ଦାବି କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ଦ ବେଲ୍ ଓମେନ୍ସ କ୍ଲବ୍ ଓ ୟୁଥ୍ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande