ଭୁବନେଶ୍ୱର,୦୩ ଜୁନ (ହି.ସ.) - ପୂର୍ବତଟ ରେଳପଥ ୨୦୮୩୬/୨୦୮୩୫ ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ସାପ୍ତାହିକ ଛୁଟି ଦିବସରେ ପରିବର୍ତନ ଘୋଷଣା କରିଛି। ୦୩ ଜୁନ୍ ଠାରୁ ଟ୍ରେନଟି ଏବେ ଶନିବାର ପରିବର୍ତେ ମଙ୍ଗଳବାର ଦିନମାନଙ୍କରେ ବାତିଲ ରହିବ।
ତଦନୁସାରେ, ଟ୍ରେନଟି ୦୭ ଜୁନ୍ ରୁ ପ୍ରତି ଶନିବାର ଦିନ ଚଳାଚଳ ଆରମ୍ଭ କରିବ । କୌଣସି ଷ୍ଟେସନରେ ଟ୍ରେନର ପୂର୍ବରୁ ଥିବା ସମୟ ଏବଂ ସ୍ଥିରୀକୃତ ରହଣିରେ କୌଣସି ପରିବର୍ତନ ହୋଇନାହିଁ । ସଂଶୋଧିତ ସାପ୍ତାହିକ ଛୁଟିର ଲକ୍ଷ୍ୟ ଯାତ୍ରୀଙ୍କ ଚାହିଦା ଏବଂ ପରିଚାଳନାଗତ ଆବଶ୍ୟକତା ସହିତ ଭଲ ଭାବରେ ସମନ୍ୱୟ ସ୍ଥାପନ କରିବା । ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା