ଭୁବନେଶ୍ୱର, 30 ଜୁନ୍ (ହି.ସ.)- ଆୟ ବହିର୍ଭୁତ
ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ଭିଜିଲାନ୍ସପୂର୍ବତନ ପ୍ରକଳ୍ପ ନିର୍ଦେଶକ, ୱାଟରସେଡ, ରାୟଗଡା ଓ ଏବଂ ମୃତିକା
ସଂରକ୍ଷଣ ଓ ୱାଟରସେଡ ବିକାଶ ନିର୍ଦେଶାଳୟ, ଓଡିଶାର ଯୁଗ୍ମ ନିର୍ଦେଶକ ଶ୍ରୀ ଦୟାନିଧି ବାଘଙ୍କର
ଭୁବନେଶ୍ୱରରେ ୮ଟି ଭିନ୍ନ-ଭିନ୍ନ ସ୍ଥାନରେ ଏକାସାଥିରେ ଚଢ଼ାଉ କରିଛି। ସ୍ୱତନ୍ତ୍ର ଭିଜିଲାନ୍ସ
ବିଚାରପତିଭବାନୀପାଟଣାଙ୍କ
ଦ୍ୱାରା ଜାରି ହୋଇଥିବା ତଲାସୀ ୱାରେଣ୍ଟ ଆଧାରରେ ଏହି ରେଡ୍ କରାଯାଇଛି । ଚଢ଼ାଉ ଅଭିଯାନରେ ୧୦
ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର,
୧୦ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ସାମିଲ
ଅଛନ୍ତି । ଏହି ସମ୍ବନ୍ଧରେ ଭିଜିଲାନ୍ସ ବିଭାଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ତଥ୍ୟ ଦେଇଛି।
ବିଭାଗ ଦ୍ୱାରା ଦିଆଯାଇଥିବା
ସୂଚନା ଅନୁଯାୟୀ, ଦୟାନିଧି ବାଘଙ୍କର
ପୈତୃକ ଘର – ଗାଁ କୁପାଗାଁ,
ପୋଷ୍ଟ–ମାଲଗୁଣ୍ଡ, ଥାନା–ଜୁନାଗଡ଼, ଜିଲ୍ଲା–କଳାହାଣ୍ଡି;
ତାଙ୍କ ଶ୍ୱଶୁରଘର – ବିକ୍ରମଗୁଡ଼ା, ଥାନା–ଧରମଗଡ଼, ଜିଲ୍ଲା–କାଲାହାଣ୍ଡି, ଭୁବନେଶ୍ୱର ଗୋଠପାଟଣା ଅଞ୍ଚଳରେ ଥିବା ମହାନଦୀ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୧-ଡି;
ଚନ୍ଦ୍ରଶେଖରପୁରରେ ଥିବା ଏଲଆଇଜି ହାଉସ୍ ନମ୍ବର ୧୦/୬;
ମୃତିକା ସଂରକ୍ଷଣ ଓ ୱାଟରସେଡ଼ ବିକାଶ ନିର୍ଦେଶାଳୟ,
ଭୁବନେଶ୍ୱରରେ ଥିବା ଶ୍ରୀ ବାଘଙ୍କର କାର୍ଯ୍ୟାଳୟ କକ୍ଷ;
ନବରଙ୍ଗପୁର ସହର ମଝିଗୁଡ଼ା ଛକ ନିକଟରେ ପଡାଲଗୁଡ଼ାରେ ନିର୍ମାଣଧୀନ
ଘର, ଓ ତାଙ୍କ ସ୍ତ୍ରୀଙ୍କ ନାମରେ ନବରଙ୍ଗପୁର ଜିଲ୍ଲାର ଚୁଟିଆଗୁଡ଼ା
ମୌଜାରେ ଥିବା ଦୁଇଟି ଭିନ୍ନ ଭିନ୍ନ ଘରେ ରେଡ୍ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା