ଭୁବନେଶ୍ୱରରେ ସେଲ୍ ର ଆର ଏମ୍ ଡି ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ପାଇଁ ବଲାଣି ମଜଦୂର ସଂଘ ପକ୍ଷରୁ ଦାବି ।
ଯୋଡ଼ା, 4 ଜୁନ୍ (ହି.ସ.) - ରାଷ୍ଟ୍ରାୟତ ଉଦ୍ୟୋଗ ତଥା ମହାରତ୍ନ କମ୍ପାନୀ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍)ରେ ରହିଥିବା ବିଭିନ୍ନ କାରଖାନା ଅଧୀନରେ ଥିବା ଖଣି ଗୁଡିକୁ ଅଲଗା କରି ସମାନ୍ତର ଭାବେ କଞ୍ଚା ସାମଗ୍ରୀ ବିଭାଗ (ଆର ଏମ୍ ଡି) ସ୍ଥାପନ କରିବାକୁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତ
Secretary


BMS MEMBERS


ଯୋଡ଼ା, 4 ଜୁନ୍ (ହି.ସ.) - ରାଷ୍ଟ୍ରାୟତ ଉଦ୍ୟୋଗ ତଥା ମହାରତ୍ନ କମ୍ପାନୀ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍)ରେ ରହିଥିବା ବିଭିନ୍ନ କାରଖାନା ଅଧୀନରେ ଥିବା ଖଣି ଗୁଡିକୁ ଅଲଗା କରି ସମାନ୍ତର ଭାବେ କଞ୍ଚା ସାମଗ୍ରୀ ବିଭାଗ (ଆର ଏମ୍ ଡି) ସ୍ଥାପନ କରିବାକୁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଯାଇଛି । ଏ ନେଇ ସେଲ୍ ପକ୍ଷରୁ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରାଯାଇ ଝାଡ଼ଖଣ୍ଡର ରାଞ୍ଚି କିମ୍ବା ରାଉରକେଲାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଖୋଳାଯିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି । ତେବେ ସେଲ୍ ଅଧିନସ୍ଥ ବଲାଣି ଲୌହ ଖଣିରେ କାର୍ଯ୍ୟରତ ବଲାଣି ମଜଦୂର ସଂଘ ପକ୍ଷରୁ ରାଞ୍ଚି ଓ ରାଉରକେଲା ରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କୁ ବିରୋଧ କରାଯିବା ସହିତ ଆର ଏମ୍ ଡି ମୁଖ୍ୟ କାର୍ଯ୍ୟାଳୟ କୁ ଭୁବନେଶ୍ୱରରେ ସ୍ଥାପନ କରିବାକୁ ଦାବି କରାଯାଇଛି । ଏ ନେଇ ବଲାଣି ମଜଦୂର ସଙ୍ଘର ସହ ସମ୍ପାଦକ ଦିଲୀପ କୁମାର ନାୟକ ରାଞ୍ଚି କିମ୍ବା ରାଉରକେଲା ରେ ଆର ଏମ୍ ଡି ମୁଖ୍ୟକାର୍ଯ୍ୟାଳୟ ସ୍ଥାପନ କରିବା ପରିବର୍ତ୍ତେ ଭୁବନେଶ୍ୱର ରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଇସ୍ପାତ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଦାବି କରିଛନ୍ତି । ପ୍ରକାଶଯୋଗ୍ୟ ଯେ ସେଲ୍ ଅଧୀନରେ ଥିବା ଓଡିଶା ଗ୍ରୁପ ଅଫ ମାଇନ୍ସ ଯଥା ବଲାଣି, ବରସୁଆଁ, କାଲଟା, ତାଲଡିହ ଆଦି ଖଣି ଗୁଡିକରେ ବର୍ତ୍ତମାନ ସ୍ଥିତିରେ ଉତ୍ତୋଳନ ବର୍ଦ୍ଧିତ କରାଯିବାର ଯୋଜନା ରହିଥିବା ବେଳେ ଭବନେଶ୍ୱର ରେ ପରିବେଶ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାଳୟ, ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ଅନ୍ୟ ଖଣି ପରିଚାଳନା ନିମନ୍ତେ ଆବଶ୍ୟକ ଅନୁମତି ନିମନ୍ତେ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟ ଭୁବନେଶ୍ୱରରେ ଥିବାରୁ ଆବଶ୍ୟକ ପ୍ରଶାସନିକ ଅନୁମତି ଓ ଗଠନାତ୍ମକ ସମନ୍ବୟ ସହଜ ହୋଇ ପାରିବ । ଏହା ବ୍ୟତୀତ ଝାଡ଼ଖଣ୍ଡ ଗ୍ରୁପ ଅଫ ମାଇନ୍ସ ର କିରିବୁରୁ, ମେଘାହାତୁବୁରୁ, ଚିଡ଼ିଆ ଓ ଗୁଆ ଓ ଛତିଶଗଡ଼ ଗ୍ରୁପ ଅଫ ମାଇନ୍ସ ରାଜରା, ଦଲ୍ଲୀ, ଝରଣ ଦଲ୍ଲୀ ଏବଂ ମହମାୟା ଆଦି ଖଣି ଗୁଡିକ ଭୁବନେଶ୍ୱରରୁ ସିଧା ସଳଖ ସଂଯୋଗ ହୋଇ ପାରୁଥିବାରୁ ସେଲ୍ ନିମନ୍ତେ ଏହା ଲାଭଜନକ ସିଦ୍ଧ ହେବ ବୋଲି ଦାବି କରାଯାଇଛି ।

ଏହା ବ୍ୟତୀତ ଭୁବନେଶ୍ୱରରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର, ବଡ଼ ରେଳ ଜଙ୍କସନ୍, ଓ ଦେଶୀ ଓ ବିଦେଶୀ ଶିଳ୍ପ କ୍ଷେତ୍ରଗୁଡ଼ିକୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗ ସଂଯୋଗ ଥିବାରୁ ଏହା ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସେଲ୍ ପାଇଁ ଲାଭଦାୟକ ପ୍ରସ୍ତାବ ବିବେଚିତ ହେବ । ଏହା ବ୍ୟତୀତ ଭୁବନେଶ୍ୱରରେ ଅନେକ ଜାତୀୟ ସ୍ତରର ଶିକ୍ଷାଅନୁଷ୍ଠାନ ରହିଥିବାରୁ ସେଲ୍ ର ମାନବ ସମ୍ବଳ ଦକ୍ଷତା ବଢି ପାରିବ ।

ତେବେ ଭୁବନେଶ୍ୱର ପୂର୍ବ ଭାରତର ଏକ ମୁଖ୍ୟ ପ୍ରଶାସନିକ ଓ ଶିଳ୍ପ ରାଜଧାନୀ ଭାବେ ବିକଶିତ ହେଇଥିବାରୁ ରାଉରକେଲା ଓ ରାଞ୍ଚୀ ଠାରୁ ଅଧିକ ବିଶିଷ୍ଟତା ରହିଥିବାରୁ ଆର ଏମ୍ ଡି ମୁଖ୍ୟ କାର୍ଯ୍ୟାଳୟ ନିମନ୍ତେ ଏହା ଉପଯୁକ୍ତ ସ୍ଥାନ ହେବ ବୋଲି କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande