ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ସଦସ୍ୟ ଡ଼ା. ଅଶା ଲାକ୍ରାଙ୍କ ସମ୍ବଲପୁର ଗସ୍ତ
ଜାତୀୟ ଅନୁସୂଚୀତ ଜନଜାତି ଆୟୋଗର ସଦସ୍ୟ ଡ଼ା. ଅଶା ଲାକ୍ରାଙ୍କ ସମ୍ବଲପୁର ଗସ୍ତ
ଜାତୀୟ ଅନୁସୂଚୀତ ଜନଜାତି ଆୟୋଗର ସଦସ୍ୟ ଡ଼ା. ଅଶା ଲାକ୍ରାଙ୍କ  ସମ୍ବଲପୁର ଗସ୍ତ


ସମ୍ବଲପୁର, ୦୪ ଜୁନ୍ (ହି.ସ.) ଆଜି ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ସଦସ୍ୟ ଡ଼. ଅଶା ଲାକ୍ରା ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଜନଜାତି ପ୍ରତିନିଧି, ଜନଜାତି ସଂଗଠନ ମାନଙ୍କ ସହିତ ଏକ ବୈଠକ ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କରିଥିଲେ। ଏହି ବୈଠକରେ ଅନୁସୂଚିତ ଜନଜାତି ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟା ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ସଦସ୍ୟଙ୍କ ସମ୍ମୁଖରେ ପ୍ରତିପାଦନ କରଯାଇଥିଲା। ଏହି ବୈଠକରେ ଜନଜାତି ସମୁଦାୟଙ୍କର ସଂବିଧାନିକ ଅଧିକାର, ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ବିକାଶ, ଓ ପ୍ରଚଳିତ ବିଭିନ୍ନ ସରକାରୀ ଯୋଜନା ଆଦି ବିଷୟରେ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ। ଜାତୀୟ ଅନୁସୂଚୀତ ଜନଜାତି ଆୟୋଗ, ଅନୁସୂଚୀତ ଜନଜାତି ମାନଙ୍କର ଅଧିକାର ରକ୍ଷା କରିବା, ସେମାନଙ୍କର ସମୃଦ୍ଧି ଓ ଉନ୍ନତି ପାଇଁ କାର୍ଯ୍ୟ କରିବା, ସଂବିଧାନ, କାନୁନ ଓ ନୀତି ଅନୁସାରେ ଜନଜାତିମାନେ ପାଇଥିବା ସୁରକ୍ଷା ଓ ସୁବିଧାଗୁଡିକର ପ୍ରଭାବକାରି ରୂପରେ କାର୍ଯ୍ୟାନ୍ୱୟ ହେଉଛି କି ନାହିଁ, ତାହା ନିରୀକ୍ଷଣ କରିବା ଉପରେ କାମ କରେ ବୋଲି ସେ ସମସ୍ତଙ୍କୁ ଅବଗତ କରାଇଥିଲେ।ପ୍ରଚଳିତ ସରକାରୀ ସୁବିଧା କିମ୍ବା ନିଜ ଅଧିକାର ରୁ ବଞ୍ଚିତ ରହୁଛନ୍ତି, କିମ୍ବା କୌଣସି ଅସୁବିଧା ପାଇବାର ସମ୍ମୁଖୀନ ହେଉଛନ୍ତି,ତେବେ ଏହି ସବୁ ବିଷୟରେ ନିର୍ଭୟରେ ଅନୁସୂଚୀତ ଜନଜାତି ଆୟୋଗ କୁ ଏନ. ସି. ଏସ. ଟି. ଜି. ଆର. ଏ. ଏମ. ଏସ. ନେଟୱାର୍କ ମାଧ୍ୟମରେ ନିଜର ଅଭିଯୋଗ ଅବଗତ କରାଇପାରିବେ ବୋଲି ସେ ସୂଚନା ଦେଇଥିଲେ।

ଏହା ପରେ ଜାତୀୟ ଅନୁସୂଚୀତ ଜନଜାତି ଆୟୋଗର ସଦସ୍ୟ ଡ଼. ଅଶା ଲାକ୍ରା ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ।ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ) ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ଏହି ବୈଠକର ମୁଖ୍ୟତ ଜିଲ୍ଲାର ଅନୁସୂଚୀତ ଜନଜାତି ଲୋକଙ୍କ ସଂବିଧାନିକ ସୁରକ୍ଷା, ଉନ୍ନତି, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଓ ଅଧିକାର ସମ୍ପର୍କିତ ବିକାଶ ମୂଳକ କାର୍ଯ୍ୟ ଆଦି ବିଷୟରେ ର ଏକ ବ୍ୟାପକ ସମୀକ୍ଷା କରିଥିଲେ। ମୁଖ୍ଯତଃ ଅନୁସୂଚୀତ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍‌ଆଉଟ୍ ହେବା, ସେମାନଙ୍କ ଶିକ୍ଷା ବ୍ୟବସ୍ଥା, ସେମାନଙ୍କ ପାଇଁ ଛାତ୍ରାବାସ ର ବ୍ୟବସ୍ଥା ଏବଂ ଏସ. ଟି. ଆର୍ଥିକ ନିଗମ ଦ୍ୱାରା କାର୍ଯ୍ୟକାରୀ ଯୋଜନା, ଏସ. ଟି. ପଟ୍ଟା, ଏସ. ଟି. ମହିଳାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ କାର୍ଯ୍ୟକଳାପ ଓ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଓ ବିଭିନ୍ନ ରୋଜଗାର ଭିତ୍ତିକ ଯୋଜନା ଓ ବିତ୍ତୀୟ ନିଗମ ଦ୍ୱାରା ପ୍ରଦାନ କରାଯାଉଥିବା ସହାୟତା ବିଷୟରେ ଆଲୋଚନା କରାଯାଇଥିଲା।ଉଭୟ ବାଳକ ଏବଂ ବାଳିକାଙ୍କ ପାଇଁ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ପାଇଁ ପ୍ରସ୍ତାବ ଦାଖଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଡ୍ରପ୍ ଆଉଟ୍ ଅଛନ୍ତି, ସେମାନଙ୍କର ଫି ସିଏସ୍ଆର୍ ପାଣ୍ଠି ମାଧ୍ୟମରେ ପ୍ରଦାନ କରାଯାଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande