କଳିକେଶ ଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମିକ୍ଷା ବୈଠକ
ବଲାଙ୍ଗିର, 4 ଜୁନ୍ (ହି.ସ.) ସ୍ଥାନୀୟ ଫରେଷ୍ଟ କାର୍ଯ୍ୟାଳୟ କନଫରେନ୍ସ ହଲ ରେ ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ
କଳିକେଶ ଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମିକ୍ଷା ବୈଠକ


ବଲାଙ୍ଗିର, 4 ଜୁନ୍ (ହି.ସ.) ସ୍ଥାନୀୟ ଫରେଷ୍ଟ କାର୍ଯ୍ୟାଳୟ କନଫରେନ୍ସ ହଲ ରେ ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତରଫରୁ ମୁଖ୍ଯ ଭାବରେ ଉପସ୍ଥିତ ଥିଲେ । ପ୍ରଥମରୁ ବଲାଙ୍ଗିର ପୌରସଂସ୍ଥା ତରଫରୁ ସହରରେ ଲଗାଯିବାକୁ ଥିବା ୧୪୦ ଗୋଟି ସିସି କେମେରା ର ସ୍ଥିତି ପଚାରି ବଝିଥିବା ବେଳେ ପୌରପରିଷଦ ତରଫରୁ କାର୍ଯ୍ଯ ନିର୍ବାହୀ ଅଧିକାରୀ ତାର ଟେଣ୍ଡର ହୋଇଥିବାର ତଥ୍ଯ ଦେଇଥିଲେ । ବଲାଙ୍ଗିର ର ଆଇନ ଶୃଙ୍ଖଳା ବିଷୟରେ ବଲାଙ୍ଗିର ଅତିରିକ୍ତ ପୋଲିସ ଅଧିକ୍ଷକ ଙ୍କ ସହିତପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗତ ସମୀକ୍ଷା ବୈଠକ ରେ ଜିଲ୍ଲାର ଯୋଗାଣ ଅଧିକାରୀ ଙ୍କୁ ହିତାଧିକାରୀଙ୍କ ଖାଉଟି କାର୍ଡ ବିଷୟ ରେ ସବିନୟ ତଥ୍ଯ ଦେବାକୁ ନିର୍ଦ୍ଦେଶ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମାତ୍ର ତାର କୌଣସି ତଥ୍ଯ ବିଭାଗ ଦେଇନଥିବାରୁ କ୍ଷୋଭ ପ୍ରକାଶ କରି ଯୋଗ୍ଯ ହିତାଧିକାରୀ ଙ୍କୁ ପୌରାଞ୍ଚଳ ଓ ବ୍ଲକ ସ୍ତରୀୟ ସମସ୍ଯା ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଛତାମଖନା ଇଆଇସି ପ୍ରକଳ୍ପ ରୁ ସହରକୁ ପିଇବା ପାଣି ଯୋଗାଇବା ସମ୍ଭନ୍ଧିୟ ଆଲୋଚନା ବଲାଙ୍ଗିର ଜଳସେଚନ ବିଭାଗ ମୁଖ୍ଯ ଯନ୍ତ୍ରୀ ଙ୍କ ସହିତ ସ୍ଥିତି ଆଲୋଚନା କରିଥିଲେ । ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କୁ ଦେଓଗାଁ ଚାନ୍ଦଲି ପାହାଡ ଓ ଭୀମଡୁଙ୍ଗରୀ ର ଉନ୍ନତିକରଣ କାର୍ଯ୍ଯ ବିଷୟରେ ବିସୃତ ଆଲୋଚନା କରି ବ୍ଲକ ର ବିଡିଓ ଙ୍କ ସହିତ ସମନ୍ବୟ ରକ୍ଷାକରି ଖୁବଶୀଘ୍ର କାର୍ଯ୍ଯ ତୁଳାଇବାକୁ ପରାମର୍ଶ ଦେଇଥିଲେ । ବଲାଙ୍ଗିର ବ୍ଲକ ଚନ୍ଦନଭାଟି ବାଲିଘାଟରୁ ରାତିଅଧିଆ ବେଆଇନ ବାଲି ଚୋରାଚାଲାନ ହେଉଥିବା ବିଷୟରେ ଗତ ବୈଠକରେ ସବିଶେଷ ତଥ୍ଯ ମାଗଥିବା ବେଳେ ଆଜି ଯାଏଁ କୌଣସି ତଥ୍ଯ ପ୍ରଦାନ କରିନଥିବାରୁ ୪୮ ଘଣ୍ଟା ମଧ୍ଯେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ତଥ୍ଯ ପ୍ରଦାନ କରିବାକୁ କଡା ତାଗିଦ କରିଥିଲେ । ବଲାଙ୍ଗିର ବାଏପାସ ରାସ୍ତା କାମ ମନ୍ଥର ଗତି ଓ ଖୁଜେନପାଲି ବିଜାଖମନ ଅଞ୍ଚଳ ର ସରକାରୀ ଜମୀ ରୁ ମାଟି ଚୋରାଚାଲାଣ କରାଯାଇ ବାଏପାସ ରାସ୍ତା ରେ ପଡୁଥିବା ଖବର ଗତ ବୈଠକରେ ବିଭାଗର ଅଧିକାରୀଙ୍କ ସମୁଖରେ ଭିଡିଓ ଉପସ୍ଥାପନ କରିଥିଲେ ଓ ତାଗିଦ କରି ନିର୍ଦ୍ଦେଶ ଦେଇଥିଲେ ବିଧାୟକ ବଲାଙ୍ଗିର ତହସିଲଦାର ଆରଆଇ ଙ୍କୁ ନେଇ ଜାତୀୟ ରାଜପଥ ବିଭାଗ ମିଳିତ ତଦନ୍ତ କରିବାକୁ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରି ୪୮ ଘଣ୍ଟା ମଧ୍ଯରେ ତଦନ୍ତ କରି ରିପୋଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ବିଭାଗ କୁ ନିର୍ବାଚନ ମଣ୍ଡଳୀ ମଧ୍ଯର ଥିବା ଖାସକରି ଛାତ୍ରୀ ମାନେ ପଢୁଥିବା ସ୍କୁଲ ସମେତ ସମସ୍ତ ସ୍କୁଲର ସୌଚ ବ୍ଯବସ୍ଥା ଉପରେ ସୁଧାର ଆଣିବାକୁ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁର୍ତ୍ତ ବିଭାଗ ର ସମିକ୍ଷା କରି ବଲାଙ୍ଗିର ସହରରେ ଡ୍ରେନେଜ ବ୍ଯବସ୍ଥାର ସୁଧାର ପାଇଁ ଗତ ସରକାର ସମୟରୁ ଆସିଥିବା ଅନୁଦାନ ୯ କୋଟି ରୁ ଉର୍ଦ୍ଧ୍ବ ଅନୁଦାନ ର କାର୍ଯ୍ଯ କାହିଁକି ଆରମ୍ଭ ହୋଇନଥିବା ପ୍ରଶ୍ନ କରିଥିଲେ ବିଭାଗୀୟ ଅଧିକାରୀଙ୍କୁ । ଉତ୍ତର ରେ ଅଧିକାରୀ କହିଥିଲେ ଟେଣ୍ଡର ହୋଇ ବିଭାଗକୁ ଅନୁମଦନ ପାଇଁ ପଠାଯାଇଛି ଖୁବ ଶିଘ୍ର କାର୍ଯ୍ଯ ଆରମ୍ଭ କରାଯିବାକୁ ପ୍ରତିଶୃତି ଦେଇଥିଲେ । ଓଡିଶାରେ ନୁତନ ଡବଲ ଇଞ୍ଜିନ ସରକାର ଆସିବା ପରେ ବିଭିନ୍ନ ବିଭାଗ ରେ ଦୁର୍ନୀତି ସହିତ ମନମୁଖି ପରିଚାଳନା ହେଉଛି । ବଲାଙ୍ଗିର ଜିଲ୍ଲାରେ ଉପମୁଖ୍ଯମନ୍ତ୍ରୀ ସ୍ବାସ୍ଥ୍ୟ ମନ୍ତ୍ରୀ ଥାଇ ମଧ୍ଯ ବଲାଙ୍ଗିର ର ସ୍ବାସ୍ଥ୍ୟ ବିଭାଗ ମେଡିକାଲ କଲେଜ ସମେତ ସିଏଚସି ପିଏଚସି ସଠିକ ଭାବରେ ପରିଚାଳିତ ହେଉନାହିଁ । ଆଇନ ଶୃଙ୍ଖଳା ବ୍ଯପର୍ଯ୍ଯସ୍ତ , ଯୋଗାଣ ବିଭାଗରେ ବଡ ଦୁର୍ନୀତିର ଗନ୍ଧ , ଗରିବ ହିତାଧିକାରୀଙ୍କୁ ସରକାର ର କୌଣସି ଯୋଜନା ର ଫଳ ମିଳୁନଥିବା ବେଳେ ଶାସନ ଓ ପ୍ରଶାସନ କିଛି ଠିକ ଚାଲୁନାହିଁ ବୋଲି ସାମ୍ବାଦିକ ଙ୍କ ଜରିଆରେ ବଡ ଅଭିଯୋଗ ଆଣିଥିଲେ । ଏହି ସମିକ୍ଷା ବୈଠକ ରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନୀଧି ଖମାରୀ ପୁର୍ବତନ ସଦରବ୍ଲକ ଅଧ୍ୟକ୍ଷ ଗୋଲାପ ଲକ୍ଷ୍ମଣ ମେହେର ଶୁଶିଲ ଚାନ୍ଦ କୈଳାଶ ମହାନ୍ତି ରାଜେନ୍ଦ୍ର ହୋତା ନିହାର ରଞ୍ଜନ ସ୍ବାଇଁ ପ୍ରଦ୍ୟୁମ୍ନ ହୋତା ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande