କୁଚିଣ୍ଡା ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକଙ୍କୁ ଶ୍ରଦ୍ଧାଞ୍ଜଳି
କୁଚିଣ୍ଡା ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକଙ୍କୁ ଶ୍ରଦ୍ଧାଞ୍ଜଳି
କୁଚିଣ୍ଡା ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକଙ୍କୁ ଶ୍ରଦ୍ଧାଞ୍ଜଳି


ସମ୍ବଲପୁର, ୦୪ ଜୁନ୍ (ହି.ସ.)ଗତ ମଙ୍ଗଳବାର ସକାଳ ୮ଟା ସମୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ସମ୍ପାଦକ ଶ୍ରୀକାନ୍ତ ପଟେଲ ୫୫ ବର୍ଷ ବୟସରେ ହୃଦଘାତ୍ ଜନିତ ପରଲୋକ ହୋଇଯାଇଛି I

ସ୍ବର୍ଗତ ଶ୍ରୀକାନ୍ତ ପଟେଲ ଜଣେ କର୍ତ୍ତବ୍ୟନିଷ୍ଠ ମିଷ୍ଟଭାଷୀ ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ I କୁଚିଣ୍ଡା ସ୍ଥିତ ଜୁନାନି ଗ୍ରାମର ସ୍ବର୍ଗତ ଶ୍ରୀକାନ୍ତ ଆଜ୍ଞା ଲଇଡ଼ା ମହାବିଦ୍ୟାଳୟରେ ରାଜନୀତି ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟରତ ଥିଲେ I

ସ୍ବର୍ଗତ ଶ୍ରୀକାନ୍ତ ପଟେଲଙ୍କ ବିୟୋଗରେ ବୁଧବାର ପୂର୍ବାହ୍ନ ୧୦ ଟା ସମୟରେ କୁଚିଣ୍ଡା ଶିଶୁ ଵିଦ୍ୟାମନ୍ଦିରର ସଭାପତି ପ୍ରମୋଦ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା I

ଏହି ସଭାରେ ପ୍ରଧାନ ଆଚାର୍ଯ୍ୟ ପ୍ରଣବ କୁମାର ଦ୍ବିବେଦୀଙ୍କ ସମେତ ସଂକୁଳ ପ୍ରମୁଖ ପ୍ରଫୁଲ୍ଲ କୁମାର ସାହୁ, ପୂର୍ବତନ ସଂକୁଳ ପ୍ରମୁଖ ଡ଼କ୍ଟର ଦିଲ୍ଲୀପ କୁମାର ନନ୍ଦ, ଚିନ୍ତାମଣି ପଟେଲ, ଜୟପ୍ରକାଶ ଗୁପ୍ତା, ସତ୍ୟରଞ୍ଜନ ପଟେଲ ବିଦ୍ୟାଳୟର ଉପସଭାପତି ପ୍ରଶାନ୍ତ କୁମାର ପଟେଲ, ଯୁଗ୍ମ ସମ୍ପାଦକ ଜ୍ଞାନେନ୍ଦ୍ର ପ୍ରସାଦ ସିଂ, କୋଷାଧକ୍ଷ ରଞ୍ଜନ କୁମାର ଭଇଁସା ଓ ସଦସ୍ୟା ମଧୁସ୍ମିତା ମିର୍ଦ୍ଧା ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ମହାକୁଳଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ସ୍ବର୍ଗତ ଶ୍ରୀକାନ୍ତ ଆଜ୍ଞାଙ୍କ ସ୍ମୃତିଚାରଣ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରି ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande