ମାଲକାନଗିରି, ୪ ଜୁନ୍ (ହି.ସ.)ରାତିରେ ଦୋକାନ ବନ୍ଦ କରି ସୁନା ବ୍ୟାଗ୍ ନେଇ ଘରକୁ ଫେରିବା ବେଳେ ଲୁଟ୍ । ଘର ସମ୍ନାରୁ ଗୋଟିଏ ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ । ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନୁ ଆରମ୍ଭ କରିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାର ବଣ୍ଡା ବାକୁଲି ଗୁଡା ସାହିରେ ଏଭଳି ଘଟଣା ଘଟିଛି!
ସୂଚନା ମୁତାବକ, ମାଲକାନଗିରି ସଦର ମହାକୁମାରେ ଥିବା ପ୍ରସାଦ ଜୁଲେରୀ ର ମାଲିକ ପ୍ରସାଦ ସବୁ ଦିନ ପରି ଗତକାଲି ରାତ୍ରୀରେ ନିଜ ସୁନା ଦୋକାନ ବନ୍ଦ କରି ଦୋକାନ ନିକଟରେ ଥିବା ଘରକୁ ଦୁଇଟି ବ୍ୟାଗରେ ସୁନା ଓ ଟଙ୍କା ନେଇ ଚାଲି ଚାଲି ଆସୁଥିଲେ । ଚାଲି ଚାଲି ଆସି ତାଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ । ଠିକ୍ ଏହି ସମୟରେ ପଛପଟୁ ଗୋଟିଏ ମୋଟର ସାଇକେଲରେ ୨ଜଣ ଦୁର୍ବୃତ୍ତ ଆସି ଦୁଇଟି ବ୍ୟାଗ୍କୁ ଝାମ୍ପି ନେବାକୁ ଉଦ୍ୟମ କରିଥିବା ବେଳେ ଗୋଟିଏ ବ୍ୟାଗ୍ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଏହି ସମୟରେ ସେହି ସ୍ଥାନଟି ଜନଗହଳି ପୂର୍ଣ ଥିବା ବେଳେ କିଏ ଏହି ଚୋରି କଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ନିଶା ଯୁକ୍ତ ଖାଦ୍ୟ ଦେଇ ଉକ୍ତ ଦୋକାନୀଙ୍କ ଘରୁ ସୁନା ଚୋରି ହୋଇଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାରା ରାତି ପୁଲିସ ଭ୍ୟାନ୍ ପାଟ୍ରୋଲିଂ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ପତ୍ତା ମିଳିନି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ