ଏକ ନମ୍ବର ହାଟରେ ଚଢାଉ
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଭୁବନେଶ୍ୱର ଏକ ନମ୍ବର ହାଟରେ ଚଢାଉ । ଡ୍ରଗ୍ସ ଇନ୍ସପେକ୍ଟର ଓ କ୍ରାଇମବ୍ରାଞ୍ଚ ଏସଟିଏଫପକ୍ଷରୁ ଚଢାଉ କରାଯାଇଛି । ଗୁଟଖା, ମାଦକ ଦ୍ରବ୍ୟ, ଚୋରା ନିଶା କାରବାର ନେଇ ଚଢାଉ କରାଯାଇଥିବା ସୂଚନା ମିଳିଛି । 5ଟି ହୋଲସେଲ ଦୋକାନରୁ ବିପୁଳ ପରିମାଣର ଗୁଟଖ
ଏକ ନମ୍ବର ହାଟରେ ଚଢାଉ


ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଭୁବନେଶ୍ୱର ଏକ ନମ୍ବର ହାଟରେ ଚଢାଉ । ଡ୍ରଗ୍ସ ଇନ୍ସପେକ୍ଟର ଓ

କ୍ରାଇମବ୍ରାଞ୍ଚ ଏସଟିଏଫପକ୍ଷରୁ ଚଢାଉ କରାଯାଇଛି ।

ଗୁଟଖା, ମାଦକ ଦ୍ରବ୍ୟ, ଚୋରା ନିଶା କାରବାର ନେଇ ଚଢାଉ କରାଯାଇଥିବା ସୂଚନା ମିଳିଛି ।

5ଟି ହୋଲସେଲ ଦୋକାନରୁ ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି । ଜବତ ଗୁଟଖା ଓ ଖଇନିର

ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ସବୁ ଗୁଟଖା ରାଜ୍ୟ ବାହାରୁ ଆସୁଥିବା ଅନୁମାନ କରାଯାଉଛି । ବିଲ୍

ଯାଂଚ ସହ ଦୋକାନୀଙ୍କୁ ପଚରାଉଚୁରା କରୁଛି ଏସଟିଏଫ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande