କନ୍ଧମାଳ, ୫ ଜୁନ୍(ହି.ସ.)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ, ଫିରିଙ୍ଗିଆ ପଞ୍ଚାୟତ ନେଡିପଦର ବୁଲାଣି ପୋଲ ନିକଟରେ ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଯୁବକ ଗୁରୁତର ହୋଇଥିବା ଜଣାପଡିଛି l
ସୂଚନା ଅନୁସାରେ, ବୁଧବାର ଦିନ ୩ଟା ସମୟରେ ନିଜ ଗାଁ ବାନ୍ଦାମାହାରୁ ଫିରିଙ୍ଗିଆ ଆଡକୁ ବାଇକରେ କୌଣସି କାମ ପାଇଁ ଆସୁଥିବା ବେଳେ ଫିରିଙ୍ଗିଆ ପଟୁ ଯାଉଥିବା ବୋଲେରୋ ଗାଡି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ଘଟଣାସ୍ଥଳର ସ୍ଥାନୀୟ ଲୋକେ ଫିରିଙ୍ଗିଆ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରତର ଆହତଙ୍କୁ ଫିରିଙ୍ଗିଆ ମେଡିକାଲରେ ଭର୍ତି କରିଥିଲେ l ତେବେ ଗୁରୁତର ଆହତଙ୍କ ମଧ୍ୟରୁ ଗାଡି ଚାଳକକୁ ଫିରିଙ୍ଗିଆ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ତେବେ ମୃତ ଯୁବକ ଜଣକ ପବିଙ୍ଗିଆ ପଞ୍ଚାୟତ ବାନ୍ଦା ମାହା ଗ୍ରାମର ପ୍ରତାପ ମଲିକ ଏବଂ ଅନ୍ୟ ଜଣେ ସେହି ପବିଙ୍ଗିଆ ପଞ୍ଚାୟତ ସାଇତିଙ୍ଗିଆ ଗାଁର ଲବ ମୁଖି ବୋଲି ଜଣାପଡିଛି l ଫିରିଙ୍ଗିଆ ବଜାରକୁ କୌଣସି କାମରେ ଆସି ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି l ଘଟଣାସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ