ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ପୁରୀରେ ରଥ ଟଣାରେ ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି।
ଆଇନ ମନ୍ତ୍ରୀ କହିଛନ୍ତି, ଜଣ୍ଡିସ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ରାଜନୀତି ପରି ଲାଗୁଛି। କିନ୍ତୁ ମନେ ରଖିବା ଉଚିତ ଯେ, ଅତୀତରେ ସେମାନେ ତ୍ରୁଟି କରି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି। ମୋ ଦେଖିବାରେ ୧୯୭୭ ଠାରୁ ଆଜି ଯାଏଁ ପ୍ରଥମ ଦିନରେ ତିନି ରଥ ପହଂଚି ନାହିଁ। ଅଧିକାଂଶ ବର୍ଷ ରଥ ଦ୍ୱିତୀୟ ଦିନରେ ଶରଧାବାଲିରେ ପହଂଚିଥାନ୍ତି। ଯେଉଁମାନେ ରାଜନୀତି କରୁଛନ୍ତି, ଆଜି ନ ହେଲେ କାଲି ଭୋଗିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା