ବ୍ରହ୍ମପୁର, ୨୮ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଆଲୋଚନା ସଭା ଅବସରରେ ସୁରକ୍ଷା ମଞ୍ଚ ସଭାପତି ତଥା ରାଜ୍ୟ ମଦ ମୁକ୍ତି ଆନ୍ଦୋଳନ ଗଞ୍ଜାମ ଜିଲ୍ଲା ସଭାପତି ଏବଂ ଉତ୍କଳ ସମ୍ମିଳନୀର ଜିଲ୍ଲା ପ୍ରତିନିଧି, ବରିଷ୍ଠ ସ୍ତମ୍ଭକାର ସାହିତ୍ୟିକ ଅବସରପ୍ରାପ୍ତ ରାଜସ୍ୱ ବିଭାଗ ବରିଷ୍ଠ ଅଧିକାରୀ ରାଧା ଚରଣ ନାୟକ ଏବଂ ପତ୍ନୀ ଶ୍ରୀମତୀ ସ୍ନେହପ୍ରଭା ନାୟକଙ୍କ ୫୦ ତମ ବିବାହ ବାର୍ଷିକୀ ପାଳନ ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ଥାନୀୟ କମାପଲ୍ଲୀ ରାମନଗର ଦ୍ବିତୀୟ ସରଣୀ ସ୍ଥିତ ଶ୍ରୀଯୁକ୍ତ ନାୟକ ଙ୍କ ବାସ ଭବନରେ ଏବଂ ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶିଷ୍ଟ ସ୍ତମ୍ବକାର ଡ଼ . ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ହାରିତସ ଅମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉତ୍ସବ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ଉପସଭାପତି ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା, ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ୍ ହୋଇଥିଲେ।
ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ ସହ
ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରୀନାୟକ ଙ୍କ ସମାଜ ସେବା ତଥା ସାହିତ୍ୟ କ୍ଷେତ୍ରରେ ରହିଥିବା ଉତ୍ସର୍ଗୀକୃତ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଶ୍ରୀ ନାୟକ ଜଣେ ସମାଜ ସଂସ୍କାରକ ତଥା ସ୍ତମ୍ବକାର, ବରିଷ୍ଠ ଅଧିବକ୍ତା ସେ ଲେଖକ ଭାବରେ ଶତାଧିକ ପ୍ରବନ୍ଧ, ଆଖ୍ୟାୟିକା ଓ କବିତା ର ସ୍ରଷ୍ଟା। ତାଙ୍କ ନିଜସ୍ୱ ରଚନା ସହ ଚେତନା ର ତାଳେତାଳେ ଏବଂ ହେ ଗୋବିନ୍ଦ ଭଳି ୮ଗୋଟି ଆଧ୍ୟାତ୍ମିକ ରଚନା ସଂକଳନ କରି ସେ ବେଶ୍ ସୁପରିଚିତ। ତାଙ୍କର ଆଧ୍ୟାତ୍ମିକ ସଂକଳନ ଗୁଡ଼ିକ ଅତ୍ୟନ୍ତ ଗ୍ରହଣୀୟ ଏବଂ ଏହା ବହୁ ପାଠକୀୟ ଆଦୃତି ଲାଭ କରିଛି ବୋଲି ମୁଖ୍ୟ ଅତିଥି ଡ଼ ମହାନ୍ତି ଙ୍କ ସମେତ ହାଡ଼ିବନ୍ଧୁ ମାଳି ପ୍ରମୁଖ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ନାୟକ ଏବଂ ଶ୍ରୀମତୀ ନାୟକଙ୍କୁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ, ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟ, ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପରିବାର ଓ ବନ୍ଧୁମାନଙ୍କ ଦ୍ବାରା ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ହାଡ଼ିବନ୍ଧୁ ମାଳି ଓ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ଙ୍କ ସମେତ ଦେବୀ ପ୍ରସାଦ ମହାପାତ୍ର, ଉତ୍କଳ ସମ୍ମିଳନୀ ସଭାପତି ଡ. ସୁବ୍ରତ କୁମାର ସାହୁ, ସୁବାସ ଚନ୍ଦ୍ର ସୁବୁଦ୍ଧି, ଏ. ଅଶୋକ କୁମାର ପାତ୍ର, ସୁବାସ ଚନ୍ଦ୍ର ନାୟକ, ଅଶୋକ କୁମାର ସାହୁ ପ୍ରମୁଖଙ୍କ ସମେତ ପୁତ୍ର ଦେବୀ ପ୍ରସାଦ, ପୁତ୍ରବଧୁ ସରିତା ନାତି ଭାଗବତ କନ୍ୟା ଶିବାନୀ ଶୈବାଳିନୀ ଏବଂ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ ସାହିତ୍ୟିକ ଏବଂ ବନ୍ଧୁ ବାନ୍ଧବ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ