ଶ୍ରୀ ଗୁଣ୍ଡିଚାରେ ଆରଏସଏସ ପକ୍ଷରୁ ସେବା କାର୍ଯ୍ୟ
କେନ୍ଦ୍ରାପଡା, ୨୮ ଜୁନ୍ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦ୍ରାପଡା ୟୁନିଟ୍ ପକ୍ଷରୁ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚାଯାତ୍ରା ଅବସରରେ ରଥଦାଣ୍ଡରେ ସେବା କାର୍ଯ୍ୟ କରାଯାଇଛି । ନଗର ସଂଘ ଚାଳକ ବାଇଧର ରାଉତ, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ନଗର ସେବା ପ୍ରମୁଖ ଅରୁଣ କୁମାର ପ୍ରଧାନ
ଶ୍ରୀ ଗୁଣ୍ଡିଚାରେ ଆରଏସଏସ ପକ୍ଷରୁ ସେବା କାର୍ଯ୍ୟ


କେନ୍ଦ୍ରାପଡା, ୨୮ ଜୁନ୍ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କେନ୍ଦ୍ରାପଡା ୟୁନିଟ୍ ପକ୍ଷରୁ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚାଯାତ୍ରା ଅବସରରେ ରଥଦାଣ୍ଡରେ ସେବା କାର୍ଯ୍ୟ କରାଯାଇଛି । ନଗର ସଂଘ ଚାଳକ ବାଇଧର ରାଉତ, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ନଗର ସେବା ପ୍ରମୁଖ ଅରୁଣ କୁମାର ପ୍ରଧାନ ଓ ସୁରେଶ କୁମାର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ସ୍ୱୟଂ ସେବକ ରଥଦାଣ୍ଡ ସଫେଇ, ବୃକ୍ଷ ବଣ୍ଟନ, ଟ୍ରାଫିକ୍ ପରିଚାଳନା ସମେତ ପାନୀୟ ଜଳ ବଣ୍ଟନ, ପ୍ରାଥମିକ ଚିକିତ୍ସା ଆଦି ସେବା କାର୍ଯ୍ୟ କରିଥିଲେ । ଏଥିରେ ନିରଞ୍ଜନ ସାହୁ, ଖଗେଶ୍ୱର ସାହୁ, ଦିବ୍ୟଜ୍ୟୋତି ଦାସ, ନୀଳମାଧବ ସାହୁ, ଜିତେନ୍ଦ୍ର ଦାସ ଓ ଓମ୍ ପ୍ରକାଶ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande