ସମ୍ବଲପୁର, ୦୮ ଜୁନ୍ (ହି.ସ.) - ଆଗାମୀ ଦିନରେ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଅଟଳ ଯୋଗ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଯୋଗ ପ୍ରଶିକ୍ଷକ ପ୍ରବୀଣ କୁମାର ପଟେଲ ସଭାପତିତ୍ୱ କରିଥିବା ବେଳେ ସମିତିର ନୂତନ କର୍ମକର୍ତା ନିର୍ବାଚନ ମଧ୍ୟ ହୋଇଯାଇଛି। ନିର୍ବାଚିତ ପ୍ରାର୍ଥୀଙ୍କ ମଧ୍ୟରେ ନଳିନୀକାନ୍ତ ମହାନ୍ତି ସଭାପତି
ସତ୍ୟନାରାୟଣ ଅଗ୍ରୱାଲ ଉପ-ସଭାପତି, ରାଜେନ୍ଦ୍ର ପଟେଲ ସମ୍ପାଦକ, ଦିଲ୍ଲୀପ କୁମାର ବେହେରା ସହ ସମ୍ପାଦକ, ମନୋଜ କୁମାର ସାହୁ କୋଷାଧ୍ୟକ୍ଷ, ଦୀପକ କୁମାର ପୁରୋହିତ, ଗ୍ରାମୀଣ ପ୍ରଭାରୀ କୃଷ୍ଣଚନ୍ଦ୍ର ପୂଜାରୀ, ଉପ ଗ୍ରାମୀଣ ପ୍ରଭାରୀ, ଜଗନ୍ନାଥ ସାହୁ ଯୁବ ପ୍ରଭାରୀ, ଅନ୍ନପୂର୍ଣ୍ଣା ପୃଷ୍ଟି ମହିଳା ପ୍ରଭାରୀ, ସୁଜାତା ପଟେଲ - ଉପ ମହିଳା ପ୍ରଭାରୀ , ପ୍ରବୀଣ କୁମାର ପଟେଲ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ