ବିଦଗ୍ଧ କବିଙ୍କ ରଚନା ପ୍ରେମ ଓ ଭକ୍ତିଭାବର ଅପୂର୍ବ ସମନ୍ୱୟ ଶ୍ରାଦେ୍ଧାତ୍ସବରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 8 ଜୁନ୍ (ହି.ସ.)ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ୨୧୯ତମ ସ୍ୱର୍ଗାରୋହଣ ଦିବସ ଅଭିମନୁ୍ୟ ସ୍ମୃତି ସଂସଦ ଆନୁକୂଲ୍ୟରେ ସଭାପତି ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ସମ୍ପାଦକ ଖତୁ ଚରଣ ବିଶ୍ୱାଳଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ମଧୁସୂଦନ ନରଗସ୍ଥି
ବିଦଗ୍ଧ କବିଙ୍କ ରଚନା ପ୍ରେମ ଓ ଭକ୍ତିଭାବର ଅପୂର୍ବ ସମନ୍ୱୟ ଶ୍ରାଦେ୍ଧାତ୍ସବରେ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର, 8 ଜୁନ୍ (ହି.ସ.)ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ୨୧୯ତମ ସ୍ୱର୍ଗାରୋହଣ ଦିବସ ଅଭିମନୁ୍ୟ ସ୍ମୃତି ସଂସଦ ଆନୁକୂଲ୍ୟରେ ସଭାପତି ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ସମ୍ପାଦକ ଖତୁ ଚରଣ ବିଶ୍ୱାଳଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ମଧୁସୂଦନ ନରଗସ୍ଥିତ ପ୍ରତିର୍ମୂିସ୍ଥଳୀରେ ଅନୁଷ୍ଠିତ ହୋଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୂଚନା ଲୋକସମ୍ପର୍କ ବିଭାଗର ପୂର୍ବତନ ନିଦେ୍ର୍ଦଶକ ସରୋଜ କୁମାର ସାମଲ, ପୂର୍ବତନ କର୍ପୋରେଟର ପୂର୍ଣ୍ଣଚନ୍ଦ୍ର ଜେନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରା, ନିରଞ୍ଜନ ବାରିକ, ଗାନ୍ଧିବାଦୀ ପ୍ରମେଶ ମହାନ୍ତି, ବଟକୃଷ୍ଣ ବଳ, ଅକ୍ଷୟ କୁମାର ସାମଲ, ବୈରାଗୀ ଚରଣ ପୃଷ୍ଟି, କବୟିତ୍ରୀ ବିଷ୍ଣୁପ୍ରିୟା ଜେନା, ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ଗାନ୍ଧିବାଦୀ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ପ୍ରତିର୍ମୂୀରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଓଡ଼ିଶାର ବୈଷ୍ଣବ ଭାବଧାରାକୁ କାବ୍ୟ ଓ ଭକ୍ତି ମାଧ୍ୟମରେ ପ୍ରକଟିତ କରି ଭକ୍ତିଭାବ ଓ ପ୍ରେମଭାବର ସମନ୍ୱୟରେ ବାଲିଆର ଜମିଦାର ଅଭିମନୁ୍ୟ ସାମନ୍ତସିଂହାର ବିଦଗ୍ଧ ଚିନ୍ତାମଣି ସହ ଅନ୍ୟ କାବ୍ୟ ମାଧ୍ୟମରେ ଯେଉଁ ଅପୂର୍ବ ରଚନା କରିଛନ୍ତି ତାହା ଯୁଗେଯୁଗେ ଜନମାନସକୁ ଭକ୍ତିର ଲହରୀରେ ଅପୂର୍ବ ଆନନ୍ଦ ପ୍ରଦାନ କରି ଆସୁଛି । ସରକାର ଅଭିମନୁ୍ୟ ଓ ତାଙ୍କ ରଚନା ଉପରେ ଏକ ନାଟକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ମାଧ୍ୟମରେ ପରିବେଷଣ ସହିତ ଯାଜପୁର ଜିଲ୍ଲାର ବରପୁତ୍ର କବି ମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କର ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ କବୟିତ୍ରୀ ବିଷ୍ଣୁପ୍ରିୟା ଜେନା, ସାମାଜିକ ସଂଗଠକ ଖତୁ ଚରଣ ବିଶ୍ୱାଳ ଓ ପୂଜ୍ୟପୂଜା ଅଗ୍ରଦୂତ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ରଙ୍କୁ ବିଦଗ୍ଧ କବି ଅଭିମନୁ୍ୟ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande