ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ: ବିଜେଡି
ଭୁବନେଶ୍ୱର 8 ଜୁନ୍ (ହି.ସ.) ଗତ 1 ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପରିସଂଖ୍ୟାନ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ବିଜୁ ଜନତା ଦଳ କହିଛି । ଆଜି ଏକ ପ୍ରେସ୍ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛି ଯେ, ଡବଲ ଇଞ୍ଜିନ ସରକ
ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ: ବିଜେଡି


ଭୁବନେଶ୍ୱର 8 ଜୁନ୍ (ହି.ସ.) ଗତ 1 ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପରିସଂଖ୍ୟାନ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ବିଜୁ ଜନତା ଦଳ କହିଛି । ଆଜି ଏକ ପ୍ରେସ୍ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛି ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଓଡ଼ିଶା 2023-24 ବର୍ଷରେ ଶ୍ରେଷ୍ଠ ନିବେଶଯୋଗ୍ୟ ରାଜ୍ୟ ଭାବେ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟ ଦ୍ବାରା ଏବଂ 2022-23 ବର୍ଷରେ ଦ୍ବିତୀୟ ସର୍ବ।ଧିକ ନିବେଶ ଆକୃଷ୍ଟକାରୀ ରାଜ୍ୟ ଭାବେ ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା । ଏମ୍ଏସ୍ଏମ୍ଇ କ୍ଷେତ୍ରରେ 2023-24 ବର୍ଷରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଓ ସ୍ୱଚ୍ଛ ନୀତି ଫଳରେ ଓଡ଼ିଶା ଇସ୍ପାତ ଉତ୍ପାଦନରେ 15 ଗୁଣା, ସିମେଣ୍ଟରେ 22 ଗୁଣା, ଆଲୁମିନିୟମରେ 7.5 ଗୁଣା ଓ ଶକ୍ତି ଉତ୍ପାଦନରେ 3.5 ଗୁଣା ଅଭିବୃଦ୍ଧି ହାସଲ କରିପାରିଥିଲା । ଅପରପକ୍ଷରେ ଡବଲ ଇନି ସରକାର ଆସିବା ପରଠାରୁ ଗତ 1 ବର୍ଷ ମଧ୍ୟରେ ଓଡ଼ିଶା ପ୍ରତି ନିବେଶକଙ୍କ ଆସ୍ଥା ଓ ଭରସା କମିଯାଉଥିବା ପରିଲକ୍ଷିତ ହେଉଛି । 40 ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କଟକର ନରାଜ ଠାରେ ପ୍ରତିଷ୍ଠା ହେବାକୁ ଥିବା ଜେଏସ୍ଡବ୍ଲୁର ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ଆଜି ମହାରାଷ୍ଟ୍ର ମୁହାଁ । କେନ୍ଦ୍ରାପଡ଼ା ଜିଲ୍ଲାରେ ହେବାକୁ ଥିବା ଆର୍ସଲେର ମିତ୍ତଲ-ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ ଆନ୍ଧ୍ରକୁ ଚାଲିଯିବା ଏକପ୍ରକାର ନିଶ୍ଚିତ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି । ଭୁବନେଶ୍ବରର ଅନ୍ଧାରୁଆ ଠାରେ ଭାରତ ବାୟୋଟେକ୍ର ଟୀକା ଉତ୍ପାଦନ କେନ୍ଦ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିଥିଲେ ମଧ୍ୟ, ରାଜ୍ୟ ନେତୃତ୍ବ ଉପରେ ଭରସା କରିନପାରି ଅନ୍ୟ ରାଜ୍ୟକୁ ଚାଲିଯିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି ।

ବିଜେଡି ସରକାର ସମୟରେ ନବୀନ ବାବୁଙ୍କ ନେତୃତ୍ବ ଉପରେ ଭରସା କରି ଅନେକ ନିବେଶକ ଓଡ଼ିଶାରେ ନିବେଶ କରିବା ସକାଶେ ଆକୃଷ୍ଟ ହେଉଥିଲେ । କିନ୍ତୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଓ ଦିଗହରା ଶାସନ ବ୍ୟବସ୍ଥା ଲାଗି ନିବେଶକମାନେ ଓଡ଼ିଶାରୁ ମୁହଁ ଫେରାଇ ନେଉଛି । ଏଭଳି ସ୍ଥିତିରେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସରକାର ନିଜ ପିଠି ନିଜେ ଥାପୁଡ଼େଇବା ପରିବର୍ତ୍ତେ ନବୀନ ସରକାର ଅମଳରେ ହୋଇଥିବା ଓଡ଼ିଶା ବିକାଶର ଧାରାକୁ ପ୍ରତିବଦ୍ଧତାର ସହ ଆଗକୁ ବଢ଼ାନ୍ତୁ ବୋଲି ଡ଼ ମହାନ୍ତି କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande