ସୁବର୍ଣ୍ଣପୁର, 8 ଜୁନ୍ (ହି.ସ.)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସମସ୍ତ ସେବା ଫାଉଣ୍ଡେସନ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଡୁଙ୍ଗୁରିପାଲି ପ୍ରସୂତିକାଳୀନ ଓ ଶିଶୁ ସ୍ଵସ୍ଥ କେନ୍ଦ୍ର ରେ ସକାଳ ୯ଘଣ୍ଟା ସମୟରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସେବା ଫାଉଣ୍ଡେସନ ସେବା କ୍ଷେତ୍ର ରେ ଅଂଚଳ ଏକ ସତନ୍ତ୍ର ନା କରିଛି କେତେବେଳେ ଅସହାୟ ଲୋକଙ୍କୁ ଉଦ୍ଧାର କରି ଡାକ୍ତର ଖାନା ରେ ଚିକିତ୍ସା କରି ଥିବା ବେଳେ କେତେବେଳେ ଅସହାୟ ଅନାଥ ଲୋଙ୍କର ଶବ ସତ୍କାର କରି ଥାନ୍ତି କେତେବେଳେ ବୃଦ୍ଧା ଶ୍ରମ କୁ ଯାଇ ରୋଗୀ ସେବା କରି ତାଙ୍କର ଦୁଃଖ ଶୁଖ ବୁଝିବା ଭଳି ସେବା କରିଥାନ୍ତି । ସେହିଭଳି ଡାକ୍ତରଖାନା ରେ ରକ୍ତ ର ଅଭାବ ଥିବା ବେଳେ ସାଙ୍ଗେ ସାଙ୍ଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଏଥିରେ ବୁର୍ଲା ଡାକ୍ତରଖାନାରୁ ଡାକ୍ତର ମାନେ ଆସି ରକ୍ତ ସଂଗ୍ରହ କରି ଥିବା ବେଳେ ଏଥିରେ ମୋଟ ୫୨ୟୁନିଟ ରକ୍ତ ସଂଗ୍ରାମ କରାଯାଇଥିବା ବେଳେ ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟନାରୟଣ ପଧାନ ସମ୍ମାନିତ ଅତିଥି ଭାବେ ବିଇଓ ଗଣେଶ କିସାନ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ, ସମାଜ ସେବି ନିହାଲ ସିଂ,ଡାକ୍ତର ସୁମିତ ବିଶ୍ୱାଳ, ଯବାନ ମଣ୍ଟୁ କୁମାର ତ୍ରିପାଠୀ ଆସି ସମସ୍ତ ରକ୍ତଦତା ଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଓ ସାର୍ଟିଫିକେଟ ଦେଇ ସମ୍ମନିତ କରଯାଇଥିଲା। ଏଥିରେ ସେବା ଫାଉଣ୍ଡେସନର ସମସ୍ତ ସଭ୍ୟସଭ୍ୟା ମାନେ ହେଲେ ପ୍ରତିଷ୍ଠାତା ବିଭୁଦତ୍ତ ବିଶ୍ୱାଳ, ନିତା ପଟେଲ, ପ୍ରଜ୍ଞା ପ୍ରମିତା ତ୍ରିପାଠୀ, ଜୋସନ୍ନା ବାରିକ, ଝରଣା ତ୍ରିପାଠୀ, ଆଚୁତାନନ୍ଦ ସାହୁ, ବିବେକାନନ୍ଦ ତ୍ରିପାଠୀ, ମେଘନାଦ ପଧାନ, ସୁଶାନ୍ତ ବାରିକ, କଲିମ ଖାନା, ରିଙ୍କୁ ନାଏକ, ଟିକନା ମିଶ୍ର, ଚିତ୍ତରଂଜନ ସାହୁ, ଶିବ ବୁଡ଼େକ, କାହ୍ନ ପଣ୍ଡା, ଶକ୍ତି ବିଶ୍ୱାଳ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ