ଭୁବନେଶ୍ୱର, 8 ଜୁନ୍ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଣ୍ଡର-୧୫ ସିଏମ୍ ଟ୍ରଫି ୨୦୨୫ ଫୁଟବଲ୍ ପ୍ରତିଯୋଗିତାରେ ବିଜୟୀ ବରଗଡ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ସେ ସୋସିଅଲ ମିଡିଆରେ ଲେଖିଛନ୍ତି,. ପ୍ରତିଭା ଅନେକ ଲକ୍ଷ୍ୟ ଏକର ପ୍ରେରଣା ସହ କ୍ରୀଡ଼ା ପ୍ରତିଭାମାନଙ୍କର ଦକ୍ଷତା ବୃଦ୍ଧି ସହ ରାଜ୍ୟରେ କ୍ରୀଡ଼ାକୁ ଅଧିକ ଉନ୍ନତ ଓ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଅଣ୍ଡର-୧୫ ସିଏମ୍ ଟ୍ରଫି ୨୦୨୫ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ରେ ବିଜୟୀ ହୋଇଥିବା ବରଗଡ଼ ଏଫ୍ ସି କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଉତ୍ସାହଜନକ କ୍ରୀଡ଼ା ନୈପୁଣ୍ୟ ଓ ଓଡ଼ିଶାର ଫୁଟବଲ କ୍ରୀଡ଼ାର ସାମର୍ଥ୍ୟ ପ୍ରଦର୍ଶନ କରିଥିବାରୁ ଭୁବନେଶ୍ୱର ଏଫ୍ ସି ସମେତ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ମଧ୍ୟ ମୋର ଶୁଭକାମନା। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ ତଥା ଉତ୍ତରୋତ୍ତର ଉନ୍ନତି କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ