ଚାଷୀ ଧାନ ବିକି କୋଟି କୋଟି ଟଙ୍କା ବକେୟା ନ ପାଇ ରାଜରାସ୍ତାରେ
ସରକାର କେବଳ ବର୍ଷ ପୂର୍ତ୍ତିର ସଫଳତା ବାଣ୍ଟିବାରେ ବ୍ୟସ୍ତ ଧାରଣାରତ ୩୪୪ ଜଣ ଚାଷୀଙ୍କୁତୁରନ୍ତ ସେମାନଙ୍କ ପ୍ରାପ୍ୟ ଦିଆଯାଉ-କଂଗ୍ରେସ ଭୁବନେଶ୍ୱର , 08 ଜୁନ (ହି.ସ) - ମୋହନ ସରକାର ବ୍ୟବସ୍ଥିତ ଢ଼ଙ୍ଗରେ ଚାଷୀଙ୍କଠାରୁ ଧାନ କ୍ରୟ କରି ସେମାନଙ୍କର ସମସ୍ତ ବଳକା ଧାନ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ପ୍ର
ଚାଷୀ ଧାନ ବିକି କୋଟି କୋଟି ଟଙ୍କା ବକେୟା ନ ପାଇ ରାଜରାସ୍ତାରେ


ସରକାର କେବଳ ବର୍ଷ ପୂର୍ତ୍ତିର ସଫଳତା ବାଣ୍ଟିବାରେ ବ୍ୟସ୍ତ

ଧାରଣାରତ ୩୪୪ ଜଣ ଚାଷୀଙ୍କୁତୁରନ୍ତ ସେମାନଙ୍କ ପ୍ରାପ୍ୟ ଦିଆଯାଉ-କଂଗ୍ରେସ

ଭୁବନେଶ୍ୱର , 08 ଜୁନ (ହି.ସ) - ମୋହନ ସରକାର ବ୍ୟବସ୍ଥିତ ଢ଼ଙ୍ଗରେ ଚାଷୀଙ୍କଠାରୁ ଧାନ କ୍ରୟ କରି ସେମାନଙ୍କର ସମସ୍ତ ବଳକା ଧାନ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ପ୍ରଦାନ କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜି ତାହାସଂପୂର୍ଣ୍ଣ ପ୍ରତାରଣାରେ ପରିଣତହୋଇଛି। ଯାହାର ନିଛକ ନମୂନା ନବରଙ୍ଗପୁରଜିଲ୍ଳାରରାଇଘରବ୍ଲକର ୩୪୪ ଜଣ ଚାଷୀ ସେମାନଙ୍କର ଉତ୍ପାଦିତ ଗତ ଖରିଫ ଚାଷର ପ୍ରାୟ ୧୫ ହଜାର କ୍ୟୁଣ୍ଟାଲ ଧାନ ବିକି ୪ କୋଟିର ଉର୍ଦ୍ଧ୍ୱ ଟଙ୍କା ପାଇବାକୁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦୀର୍ଘ ୪ମାସ ହେଲା ଦାବିକରି ନିରାଶ ହେବା ପରେ ଏବେ ଭୁବନେଶ୍ୱରରେ ଅହୋରାତ୍ର ରାଜରାସ୍ତାରେ ତିନିଦିନ ହେଲା ଧାରଣା ଦେଇଛନ୍ତି। ଏଥି ପ୍ରତି ସରକାରଙ୍କର ଭୃକ୍ଷେପ ନାହିଁ କେବଳ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ପୂରଣ ଅବସରରେ ମିଛ ଛବିର ସଫଳତା ବାଣ୍ଟିବାରେ ବ୍ୟସ୍ତ। ଏହା ଚାଷୀଙ୍କ ପ୍ରତି ଉପହାସ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଓ ନବରଙ୍ଗପୁର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସନରାଜଗଣ୍ଡ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ଆଜି ଚାଷୀମାନଙ୍କର ଦାବିକୁ କଂଗ୍ରେସ ପକ୍ଷରୁସମର୍ଥନ ଜଣାଇପିସିସିକିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଧାରଣାସ୍ଥଳକୁ ଯାଇ ସେଠାରେ ଚାଷୀମାନଙ୍କୁ ଭେଟିବାସହିତସେମାନଙ୍କସହ ଆଲୋଚନା କରିଛନ୍ତି। ସରକାର ଓ ପ୍ରଶାସନ ଚାଷୀମାନଙ୍କ ପ୍ରତି ଯେପରିଭାବେ ଅବହେଳା କରିଛନ୍ତି ଏହାକୁ କୌଣସି କ୍ଷେତ୍ରରେ ବରଦାସ୍ତ କରାଯିବ ନାହିଁ।କାଳବିଳମ୍ବ ନ କରି ସରକାର ଧାରଣ ରତ ଚାଷୀମାନଙ୍କ ନିକଟକୁ ଆସି ସେମାନଙ୍କର ସମସ୍ୟା ସମାଧାନ କରିବା ସହିତ ୪ କୋଟିର ଉର୍ଦ୍ଧ୍ୱ ବକେୟାଟଙ୍କାତୁରନ୍ତ ପ୍ରଦାନ କରିବାକୁ କିଷାନ କଂଗ୍ରେସ ପକ୍ଷରୁଶ୍ରୀ ପଟ୍ଟନାୟକ ଓ ଶ୍ରୀ ଗଣ୍ଡ ଦୃଢ଼ ଦାବିକରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande