ଭୁବନେଶ୍ୱର , 08 ଜୁନ (ହି.ସ) - - ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଦେଶପ୍ରୀତି, ସାଧୁତାଏବଂ ଦେଶପ୍ରତିତାଙ୍କର ଦାୟିତ୍ୱବୋଧ ଉପରେ ଅଙ୍ଗୁଳି ପ୍ରଦର୍ଶନ କରି ଚର୍ଚ୍ଚାରେ ରହିବାପାଇଁ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ସାସଂଦ ସମ୍ବିତ ପାତ୍ରଙ୍କ ଭୁବନେଶ୍ୱର କଳିଙ୍ଗବିହାର ସ୍ଥିତ ବାସଭବନକୁ ଆଜି ପ୍ରଦେଶ ଯୁବକଂଗ୍ରେସ ସଭାପତି ଶ୍ରୀରଣଜିତ ପାତ୍ରଙ୍କ ନେତୃତ୍ୱରେ ଘେରାଉ କରିଥିଲା। ଯୁବକଂଗ୍ରେସକର୍ମୀମାନେ ଏକ ବିଶାଳ ରାଲିରେ ସମ୍ବିତ ପାତ୍ରଙ୍କ ଘର ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରାୟ ଦୁଇଘଂଟା କାଳ ସମ୍ବିତ ପାତ୍ରଙ୍କ ବାସଭବନକୁ ଘେରାଉ କରି ରଖି ଥିଲେ। ପ୍ଲାକାର୍ଡ, ସ୍ଲୋଗାନ ଏବଂ ବ୍ୟାନର ମାଧ୍ୟମରେ ଯୁବକଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିଲା ଯେ ସମ୍ବିତ ପାତ୍ର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି।ତେଣୁ ତାଙ୍କୁ ପାଗଳଙ୍କ ଚିକିତ୍ସା ପାଇଁ ଥିବା ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଏକ ଆମ୍ବଲାନ୍ସ ଏବଂଷ୍ଟ୍ରେଚର ବିକ୍ଷୋଭସ୍ଥଳକୁ ନିଆଯାଇଥିଲା। ଏକ ଅଭିନବ ଉପାୟରେ ସମ୍ବିତ ପାତ୍ରଙ୍କ ବାସଭବନ ନିକଟରୁ ସମ୍ବିତ ପାତ୍ରଙ୍କ ଫଟୋର ଫ୍ଲେକ୍ସ ପରିଧାନ କରିଥିବା ଏକ ବ୍ୟକ୍ତି ଙ୍କୁଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ଯାଏ ଅଣାଯାଇଥିଲା। ପୋଲିସ ସହ ଯୁବ କଂଗ୍ରେସକର୍ମୀଙ୍କର ସେଠାରେ ଧସ୍ତାଧସ୍ତି ହୋଇଥିଲ ଏବଂ ପରିଶେଷରେ ପୋଲିସ ଯୁବ କଂଗ୍ରେସ କର୍ମୀମାନଙ୍କୁ ଘଟଣାସ୍ଥଳରୁ ଭ୍ୟାନ ଯୋଗେ ଉଠାଇନେଇଥିଲା।
ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଥିଲେ ଯେ ସାସଂଦ ସମ୍ବିତ ପାତ୍ର ନିଜର ପଦମର୍ଯ୍ୟାଦା ରଖୁନାହାନ୍ତି। ତାଙ୍କ ନିୟନ୍ତ୍ରଣରେ ତାଙ୍କ ଜିଭ ନାହିଁ। ସେ ଚର୍ଚ୍ଚାରେ ରହିବା ପାଇଁ ଯାହା ପରେ ତାହା କହିଚାଲିଛନ୍ତି। ରାହୁଲଗାନ୍ଧୀଙ୍କ ଦେଶଭକ୍ତି, ସାଧୁତାଏବଂ ରାଷ୍ଟ୍ରପତିତାଙ୍କର ସମର୍ପଣଭାବକୁ ଭାରତବାସୀ ଜାଣନ୍ତି। କିନ୍ତୁ ସମ୍ବିତ ପାତ୍ରଚୀନ ଓ ପାକିସ୍ଥାନରୁ ଅର୍ଥ ଆଣି ରାହୁଲଗାନ୍ଧୀ ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲିଯେଉଁ ଆପେକ୍ଷ କରିଛନ୍ତି ତାହା ଦୁର୍ଭାଗ୍ୟଜନକ ।ସମ୍ବିତ ପାତ୍ର ତାଙ୍କ ବକ୍ତବ୍ୟରେ ଜଗତର ନାଥ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି କହି ବିଶ୍ୱବାସୀଙ୍କ ନିକଟରେ ନିନ୍ଦିତ ହୋଇଛନ୍ତି। ତେଣୁ ମିଥ୍ୟା କଥା କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ସମ୍ବିତ ପାତ୍ରଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଯୁବ କଂଗ୍ରେସ ଦାବିକରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ