ଲେଖନପୁର ଗାଁର ୨ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌
ଖୋର୍ଦ୍ଧା, ୮ ଜୁନ୍ (ହି.ସ.) - ଶନିବାର ବିଳମ୍ୱିତ ରାତିରେ ବାଘମାରୀ ଥାନା ଅଂଚଳର ୨ ଟି ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ବାଘମାରୀ ଥାନା ଲେଖନପୁର ଗାଁର ଗୋବର୍ଦ୍ଧନ ପଟ୍ଟନାୟକଙ୍କ ପରିବାର ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୩ଟ
ଲୁଟ


ଖୋର୍ଦ୍ଧା, ୮ ଜୁନ୍ (ହି.ସ.) - ଶନିବାର ବିଳମ୍ୱିତ ରାତିରେ ବାଘମାରୀ ଥାନା ଅଂଚଳର ୨ ଟି ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ବାଘମାରୀ ଥାନା ଲେଖନପୁର ଗାଁର ଗୋବର୍ଦ୍ଧନ ପଟ୍ଟନାୟକଙ୍କ ପରିବାର ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୩ଟାରେ ଦୁର୍ବୃତମାନେ ଝରକା କାଟି ଘରେ ପଶିଥିଲେ । ଘରେ ପଶି ଆଲମିରା ଭାଙ୍ଗି ସେଥିରେ ଥିବା ହାର, ଚେନ୍ , କାନଫୁଲ, ଝରା, ମୁଦି, ପାଉଁଜି ସହ ନଗଦ ୧୨ହଜାର ଟଙ୍କା ଲୁଟି ନେଇଥିଲେ । ସକାଳ ହେବା ପରେ ଘରୁ ଲୁଟ୍ ହୋଇଥିବା ବିଷୟରେ ପରିବାର ଲୋକେ ଜାଣିଥିଲେ । ଏନେଇ ବାଘମାରୀ ଥାନାରେ ଗୋବର୍ଦ୍ଧନ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛି ।

ସେହିପରି ଉକ୍ତ ଗାଁରେ ରହୁ ନଥିବା ଭୋବନି ଦାସଙ୍କ ଘର କବାଟ ଭାଙ୍ଗି ଦୁର୍ବୃତମାନେ ଲୁଟ୍ କରିଛନ୍ତି । ଦୁର୍ବୃତମାନଙ୍କୁ ପଡୋଶୀ ଦେଖି ଭୋବନିକୁ ଜଣାଇଛନ୍ତି । ଭୋବନି ଏନେଇ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande