ପବିତ୍ର ବଡଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ବନ୍ଦ, ସ୍ବାଗତ କଲା ସମ୍ପର୍କ ଅନୁଷ୍ଠାନ
ପୁରୀ, ୮ ଜୁନ୍ (ହି.ସ.)- ପବିତ୍ର ଧର୍ମଦାଣ୍ଡ ବଡଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ବନ୍ଦ କରିବା ପାଇଁ ରାଜ୍ଯ ସରକାର ପଦକ୍ଷେପ ନେଇଛନ୍ତି । ଏହାକୁ ପୁରୀର ପୁରୁଣା ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କର ସମ୍ପାଦକ ସୌମେନ୍ଦ୍ର ଦାସ ସ୍ବାଗତ କରିଛନ୍ତି । ଶ୍ରୀମନ୍ଦିର ଓ ବଡଦାଣ୍ଡର ଦୁଇ କିଲୋମିଟ
ପବିତ୍ର ବଡଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ବନ୍ଦ, ସ୍ବାଗତ କଲା ସମ୍ପର୍କ ଅନୁଷ୍ଠାନ


ପୁରୀ, ୮ ଜୁନ୍ (ହି.ସ.)- ପବିତ୍ର ଧର୍ମଦାଣ୍ଡ ବଡଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ବନ୍ଦ କରିବା ପାଇଁ ରାଜ୍ଯ ସରକାର ପଦକ୍ଷେପ ନେଇଛନ୍ତି । ଏହାକୁ ପୁରୀର ପୁରୁଣା ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କର ସମ୍ପାଦକ ସୌମେନ୍ଦ୍ର ଦାସ ସ୍ବାଗତ କରିଛନ୍ତି । ଶ୍ରୀମନ୍ଦିର ଓ ବଡଦାଣ୍ଡର ଦୁଇ କିଲୋମିଟର ପରଧି ମଧ୍ୟରେ କୌଣସି ମଦ ବାର ରହିବ ନାହିଁ । ଏ ସମ୍ପର୍କରେ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବଡଦାଣ୍ଡରେ ସୂର୍ଯ୍ୟଉଦୟ ଓ ସୂର୍ଯ୍ୟାସ୍ତ ସମୟରେ ବୈଦିକ ମନ୍ତ୍ର ଉଚ୍ଚାରଣ କରାଯାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମ୍ପର୍କ ଅନୁଷ୍ଠାନ ଦାବି କରିଛି । ଅନୁଷ୍ଠାନର କୋଷାଧ୍ୟକ୍ଷ ରାକେଶ ବାରିକ, ଅଶ୍ରୁଜିତ ମହାପାତ୍ର ମଧ୍ୟଏହାକୁ ସ୍ବାଗତ କରିଛନ୍ତି । ଏ ସମ୍ପର୍କରେ ସମ୍ପାଦକ ଗଣମାଧ୍ୟମକୁ ପ୍ରେସ ରିଲିଜ ମାଧ୍ୟମରେ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande