ରାଉରକେଲା, ୮ ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କର ରାଜ୍ୟ କ୍ରୀଡା , ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଆଜି ରାଉରକେଲା ଗ୍ରସ୍ତରେ ଆସି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ପାନପୋଷ ଗାନ୍ଧୀ ଛକରେ ପହଂଚିବା ମାତ୍ରେ ଶତାଧିକ କର୍ମକର୍ତା ଓ କର୍ମୀ ତାଙ୍କୁ ସ୍ୱାଗତ ଜଣାଇବା ସହିତ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ମନ୍ତ୍ରୀ ମହୋଦୟଙ୍କୁ ଏକ ବିରାଟ ବାଇକ୍ ଶୋଭଯାତ୍ରାରେ ରାଉରକେଲାର ବିଶ୍ରା ଛକ ନିକଟସ୍ଥ ବିଶ୍ରମୁଣ୍ଡା ଷ୍ଟାଡିୟମ୍ ୁ ନିଆଯାଇ ଥିଲା। ସେଠାରେ ଅନୁଷ୍ଟିତ ଟ-୧୫ ସି ଏମ ୨୦୨୫ ଫୁଟ ବଲ ଖେଳର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ । ସେ ଖେଳାଳି ମାନଙ୍କୁ ଭେଟି ସେମାନଙ୍କ ଉଛାହିତ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଏହି ମ୍ୟାଚ୍ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ସହିତ ଗ୍ରାମାଂଚଳ ତଳସ୍ତର ପର୍ଯ୍ୟନ୍ତ ପହଂଚି ପ୍ରକୃତ ଟାଲେଂଟ ଖେଳାଳି ମାନଙ୍କୁ ଆକର୍ଷଣ କରି ପାରିଛି ଏବଂ ଏହା ଏକ ଆରମ୍ଭ ମାତ୍ର । ଝାରସୁଗୁଡ଼ା ବିଧାୟକ ତଥା ଫୁଟ ବଲ ଆସୋସିଏସନର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଏହା ଏକ ମ୍ୟାଚ କେବଳ ନୁହେଁ ଏହିଁ ସମାରୋହ ଏକ ସ୍ୱପ୍ନ, ଶୃଂଖଳା ଓ ଆଶୀର୍ବାଦ ନିର୍ଧାରଣ କରିପାରିଛି । ବରଗଡ଼ ଫାଇନାଲ ମ୍ୟାଚରେ ବିଜୟୀ ହେବା ଆମ ଓଡ଼ିଶାର ଗ୍ରାମାଂଚଳରେ ପହଂଚି ପାରିଛି ଏହା ପ୍ରମାଣ କରି ପାରିଛି ଯେ ଭବିଷ୍ୟତରେ ଆଗକୁ ଓଡ଼ିଶା ଫୁଟବଲ ଖେଳାଳି ଦେଶକୁ ଉପସ୍ଥାପନା କରିପାରିବ । ବିଜୟୀ ଖେଳାଳିଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା । ଏହାପରେ ମନ୍ତ୍ରୀ ମହୋଦୟ ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କୁ ଭେଟ ଘାଟକରିବା ପାଇଁ ପହଂଚିଥିଲେ। କାର୍ଯ୍ୟାଳୟରେ ପହଂଚିିବା ମାତ୍ରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜିଲ୍ଲା, ମଣ୍ଡଳ ଓ ବିଭିନ୍ନ ମୋର୍ଚ୍ଚା ତରଫରୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ କରାଯାଇ ଥିଲା । ସେ କାର୍ଯ୍ୟକର୍ତା ଓ କର୍ମୀଙ୍କ ବିବିଧ ସମସ୍ୟା ଶୁଣିଥିଲେ । ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଠାରୁ ମନ୍ତ୍ରୀ ମହୋଦୟ ରାଉରକେଲା ହାଉସ ଯାଇ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ ଏବଂ ସେଠାରୁ ସେ ରାଉରକେଲା ଏୟାର ପୋର୍ଟ ଅଭିଉଖେ ଯାତ୍ରା କରିଥିଲେ। ସେଠାରେ ଉପସ୍ଥିତ ନେତୃ ମଣ୍ଡଳୀ ଓ କର୍ମୀମାନେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା , ରଘୁନାଥ ପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପ୍ରାକ୍ତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରମେଶ ଅଗ୍ରୱାଲ, ଜସୱନ୍ତ ନାୟକ ଏବଂ ରାଜ୍ୟ, ଜିଲ୍ଲା, ମଣ୍ଡଳ ସ୍ତରୀୟ ବହୁ କାର୍ଯ୍ୟକର୍ତା, କର୍ମୀ ଆଦି ଉପସ୍ଥିତ ଥିଲେ। ଜିଲ୍ଲା ଓ ଜନତାଙ୍କ ତରଫରୁ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ରାଉରକେଲା ଗ୍ରସ୍ଥ କରିଥିବାରୁ ମନ୍ତ୍ରୀ ମୋହଦୟଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।
ହିନ୍ଦୁସ୍ଥାନ ସମାଚାର/କାଳୀପ୍ରସାଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ