ସୁବର୍ଣ୍ଣପୁର, 8 ଜୁନ୍ (ହି.ସ.)ବଲାଙ୍ଗିର ଜିଲ୍ଲା ସଂଘର ଆହ୍ୱାନ କ୍ରମେ ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମ ଠାରେ ବୈଠକ ଜିଲ୍ଲା ସଂଘ ସଂପାଦକ ଅନିଲ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଯଥା କୁମ୍ଭାର ସମାଜର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅନ୍ୟୁନ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ, ବାଲ୍ୟ ବିବାହ ନିଷେଧ, ଗ୍ରାମ୍ୟ ସଂଗଠନ ର ପୁର୍ନଗଠନ ତଥା ବ୍ଲକ କୁମ୍ଭାର ସମାଜ ଗଠନ କୁ ସବ ସର୍ବ ସମ୍ମତ୍ତି କ୍ରମେ ଅନୁମୋଦନ କରାଯାଇଥିଲା । ନୂତନ କର୍ମକର୍ତ୍ତା ଭାବେ ଉପେନ୍ଦ୍ର ରଣା ସଭାପତି, ଗୋପାଳ ରଣା ସଂପାଦକ, ଲକ୍ଷ୍ମୀ ପ୍ରସାଦ ରଣା ସହ ସଂପାଦକ, ସେବକ ରଣା କୋଷାଧ୍ୟକ୍ଷ, ଯୁଗଳ ରଣା, ସଦାନନ୍ଦ ରଣା, ନେହେରୁ ରଣା, ଭ୍ରମର ରଣା, ଦୁଃଖିନ୍ଦ୍ର ରଣା (କାର୍ଯ୍ୟକାରୀ ସଦସ୍ୟ) ତଥା ପ୍ରାଣବନ୍ଧୁ ରଣା, ହରିନାରାୟଣ ରଣା, ଉପଦେଷ୍ଟା ଭାବେ ସର୍ବ ସମ୍ମତ୍ତି କ୍ରମେ ପାଂଚ ବର୍ଷ ପାଇଁ ମନୋନୀତ ହୋଇଥିଲେ । ଦେଓଗାଁ ବ୍ଲକ ସଭାପତି ଟଙ୍କଧର ରଣା ଓ ସମ୍ପାଦକ ନିଳାଂଚଳ ରଣା ନିର୍ବାଚନ ଅଧିକାରୀ ଭାବେ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ପାଠ କରାଇଥିଲେ । ଜିଲ୍ଲା ସଂଘର ପ୍ରମୋଦ ରଣା, ଶଶୀଭୂଷଣ ରଣା, ପୁଇଁନ୍ତଲା ବ୍ଲକର ବୀର ପାର୍ଥ ରଣା, ଚପରାଶି ରଣା, ବଲାଙ୍ଗିର ବ୍ଲକର ପ୍ରଦୀପ ରଣା ଉପସ୍ଥିତ ଥିଲେ । ବୈଠକ ଆୟୋଜନ ରେ ପଣ୍ଡରାଣୀ ଗ୍ରାମ କୁମ୍ଭାର ସମାଜ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଲୋଇସିଂହା ବ୍ଲକ ର ବିଭିନ୍ନ ଗ୍ରାମରୁ ସମାଜପ୍ରେମ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ