ବିଶିଷ୍ଟ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ
ଭଦ୍ରକ, ୮ ଜୁନ୍ (ହି.ସ.) - କେବଳ ଭଦ୍ରକ କି ଓଡିଶା ନୁହେଁ ସମଗ୍ର ଭାରତ ବର୍ଷ ର ବିଶିଷ୍ଟ ସାମାଜିକ ନ୍ୟାୟ ଆନ୍ଦୋଳନ ର ପ୍ରବକ୍ତା ବିଶିଷ୍ଟ ମାନବାଧିକାର କର୍ମୀ ସମାଜସେବୀ ତଥା ସୁପ୍ରିମ କୋର୍ଟ ର ଆଦର୍ଶ ଆଇନୀଜୀବୀ ରାଧାକାନ୍ତ ତ୍ରିପାଠୀ ଙ୍କର ଆଜି ଦିଲ୍ଲୀ ଠାରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ତ୍ରିପାଠୀ
MANABADHIKAR KARMI RADHAKANTA TRIPATHY NKA BIYOG


ଭଦ୍ରକ, ୮ ଜୁନ୍ (ହି.ସ.) - କେବଳ ଭଦ୍ରକ କି ଓଡିଶା ନୁହେଁ ସମଗ୍ର ଭାରତ ବର୍ଷ ର ବିଶିଷ୍ଟ ସାମାଜିକ ନ୍ୟାୟ ଆନ୍ଦୋଳନ ର ପ୍ରବକ୍ତା ବିଶିଷ୍ଟ ମାନବାଧିକାର କର୍ମୀ ସମାଜସେବୀ ତଥା ସୁପ୍ରିମ କୋର୍ଟ ର ଆଦର୍ଶ ଆଇନୀଜୀବୀ ରାଧାକାନ୍ତ ତ୍ରିପାଠୀ ଙ୍କର ଆଜି ଦିଲ୍ଲୀ ଠାରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ତ୍ରିପାଠୀ ଙ୍କ ଘର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ତଳଗୋପବିନ୍ଧା ପଂଚାୟତ ର ମାତବାଜପୁର ଗ୍ରାମରେ / ଆଜି ଦିନ ପ୍ରାୟ ୧୨.୧୦ ମିନିଟ ରେ ଦିଲ୍ଲୀରେ ରହୁଥିବା ଘରେ ତାଙ୍କର ହୁଦ ଘାତ ହୋଇଥିଲା ! ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏମ୍ସ ନିଆଯାଇ ଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ !ଏହି ଖବର ଶୁଣି ସମସ୍ତେ ଭଦ୍ରକ ଜିଲ୍ଲବାସୀ ସ୍ତବ୍ଧ ହୋଇଯାଇଛନ୍ତି। ସ୍ୱର୍ଗତ ତ୍ରିପାଠୀ କାଶ୍ମୀର ରୁ କନ୍ୟାକୁମାରୀ, ମଣିପୁର ଠାରୁ ନିଜ ଗାଁ ଭଦ୍ରକ ଜିଲ୍ଲାର ମାତବାଜ ପୁର ପର୍ଯ୍ୟନ୍ତ କେତେ କଣ ସାମାଜିକ ନ୍ୟାୟ ପାଇଁ ଲଢେଇ କରିଛନ୍ତି ଯେ ତାର ହିସାବ ନାହିଁ । କେବଳ ଯେ ଲଢେଇ କରିଛନ୍ତି ତାହା ନୁହେଁ ହଜାର ହଜାର କୃଷକ ଦଳିତ ଏବଂ ଗରିବ ନିଃସହାୟ ଲୋକ ଙ୍କୁ ନ୍ୟାୟ ଦେଇ ସେମାନଙ୍କୁ ମୁହଁ ରେ ହସ ଫୁଟାଇ ପାରିଛନ୍ତି। ତାଙ୍କ ତ୍ୟାଗପତ କାର୍ଯ୍ୟ ପାଇଁ ତତ୍କାଳୀନ ସୁପ୍ରିମକୋର୍ଟ ର ମୁଖ୍ୟ ବିଚାର ପତି ଙ୍କ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ବାର ଆସୋସିଏସନ ମଧ୍ୟ ଅନେକ ଥର ତାଙ୍କୁ ପ୍ରଶଂସା କରିଛି। କେବଳ ସେତିକି ନୁହେଁ ଇଂଟର ନେଶନାଲ କୋର୍ଟ ଅଫ ଜଷ୍ଟିସ ର ବିଚାର ପତି ମଧ୍ୟ ତାଙ୍କୁ ନିଜେ ସମ୍ମାନିତ କରିଛନ୍ତି। ଖୋଦ ଓଡିଶା ସରକାର ମଧ୍ୟ ତାଙ୍କୁ ସମାଜସେବା ପାଇଁ ରାଜ୍ୟ ପୁରସ୍କାର ୨୦୧୮ ମସିହା ରେ ପ୍ରଦାନ କରିଥିଲେ। ତତ ସହିତ ଲିମକା ବୁକ ଅଫ ରେକର୍ଡ, ଇଣ୍ଡିଆ ବୁକ ଅଫ ରେକର୍ଡ ଠାରୁ ଆରମ୍ଭ କରି ଅନେକ ରେକର୍ଡ ର ଅଧିକାରୀ ଥିଲେ। ସେହିପରି ଭାବେ ବିଶ୍ୱ କର୍ଦ୍ଦମ ଦିବସ ଏବଂ ବିଶ୍ୱ ପ୍ରତିବେଶୀ ଦିବସ ର ସେ ସ୍ରଷ୍ଟା ମଧ୍ୟ ଥିଲେ। ଭଦ୍ରକ ଜିଲ୍ଲାର ସାଳନ୍ଦୀ ସଂସ୍କାର. ରେବ କପାଳୀ ସଂସ୍କାର ଯୋଜନା ରେ କ୍ଷତିଗ୍ରସ୍ତ ଚାଷୀ ଙ୍କ ସ୍ୱାର୍ଥ ପାଇଁ ଜାତୀୟ ମାନବାଧିକାର ଆୟୋଗ ଠାରେ ମାମଲା ରୁଜୁ କରି ପ୍ରାୟ ୬୦ କୋଟି ଟଙ୍କା ଚାଷୀ ଙ୍କୁ ପ୍ରଦାନ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଭୁବନେଶ୍ୱର ର ମାଷ୍ଟର କେଂଟିନ ଛକ କୁ ମହାପୁରୁଷ ଙ୍କ ନାମରେ ନାମିତ ପାଇଁ ଓଡିଶା ସରକାର ଙ୍କୁ ଚିଠି ଲେଖି ପୁଣି ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟି ଥିଲେ ରାଧାକାନ୍ତ। ତାଙ୍କ ବିୟୋଗରେ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ, ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ, ଭଦ୍ରକ ଲାୟନ୍ସ କ୍ଲବ୍‌, ଭଦ୍ରକ ରୋଟାରୀ କ୍ଲବ୍‌, ଷ୍ଟେଟ୍ ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟ, ଉତ୍କଳ ସାମ୍ବାଦିକ ସଂଘ, ଭଦ୍ରକ ଓକିଲ ସଂଘ, ଭଦ୍ରକ ଜିଲ୍ଲାର ବୁଦ୍ଧିଜୀବୀ. ସାମାଜିକ ଓ ମାନବାଧିକାର କର୍ମୀ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି। ଆସନ୍ତା କାଲି ଅପରାହ୍ନ ରେ ତାଙ୍କ ମର ଶରୀର ଦିଲ୍ଲୀ ରୁ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande