ଜୟପୁର, ୮ ଜୁନ୍ (ହି.ସ.)- ବକେୟା ଟଙ୍କା ମାଗିବାରୁ ମରଣାନ୍ତକ ଆକ୍ରମଣ। ଭଉଣୀର ବିବାହରେ ଟେଣ୍ଟ ବାବଦକୁ ଖର୍ଚ୍ଚ ହୋଇଥିବା ଅର୍ଥ ମାଗିବାକୁ ଯାଇ ଆକ୍ରମଣର ଶିକାର ହେଲେ ଦୁଇ ଟେଣ୍ଟ କର୍ମଚାରୀ। ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୁନାବେଡା ଡିପିକ୍ୟାମ୍ପ ର ଜଣେ ବଂଗାଳି ସମ୍ପ୍ରଦାୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ ବ୍ୟବହାର ହୋଇଥିବା ଟେଣ୍ଟ ବାବଦକୁ ବକେୟା ରାଶି ମାଗିବାରୁ ତାଙ୍କର ଭାଇ ଆସି ଚାରି ଚକିଆ ଗାଡି ଚପାଇ ମାରିବାକୁ ଉଦ୍ୟମ କରିଥିଲା। ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏହାକୁ ନେଇ ମୃତକଙ୍କ ପରିବାର ଲୋକ ଶବ ରଖି ସୁନାବେଡ଼ା ଥାନା ଆଗରେ ୪୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ମୁଖ୍ୟ ଅଭିଯୁକ୍ତ ଶଙ୍କର ବାହାଦୁରକୁ ଗିରଫ ପାଇଁ ଦାବି କରିଛନ୍ତି। ଅବରୋଧ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି