ସମ୍ବଲପୁର, ୦୮ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଆଜି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ୫୮ ତମ ଜନ୍ମ ଜୟନ୍ତୀ ଅବସରରେ ଅନ୍ତେବାସୀଙ୍କୁ ସତସଙ୍ଗୀ ଗୁରୁଭାଇ ମାନେ ମିଷ୍ଟାନ୍ନ ପ୍ରଦାନ କରିବା ସହ ସତସଙ୍ଗ ଅନୁଷ୍ଠିତ କରି ଜନ୍ମ ଜୟନ୍ତୀ ପାଳନ କରିଛନ୍ତି। ଏହି ଅବସରରେ କୁଚିଣ୍ଡା ସତସଙ୍ଗ କେନ୍ଦ୍ରର ଅଧୁର୍ଯ୍ୟ ଜଗବନ୍ଧୁ ସାହୁ ଶ୍ରୁଖଳିତ ଜୀବନ ଯାପନ ପାଇଁ ଆଚାର, ବ୍ୟବହାର, ପରିବେଶ ସୁରକ୍ଷା, ଉତ୍ତମ ଆଚରଣ ମଣିଷ ଜୀବନକୁ ସୁଗମ ଓ ସତ୍ ଚରିତ୍ର ପ୍ରଦାନ କରିଥିବା ଅନେକ ଦୃଷ୍ଟାନ୍ତ ଦେଇ ବୁଝାଇ ଥିଲେ। ଅନୁଷ୍ଠାନ ର ପ୍ରଦୀପ ମହାକୁଲ, ମିଲି ବାଦି, ଜୁଲି ମହନ୍ତ, ଭୂମି ଧୁରୁଆ ଙ୍କ ସହ କୁଚିଣ୍ଡା ସତସଙ୍ଗ କେନ୍ଦ୍ର ପକ୍ଷରୁ ଗୁରୁଭାଇ,ମାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ