ପିନ୍ଧା ଓଢଣୀରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା
ଚମ୍ପୁଆ, ୮ ଜୁନ୍ (ହି.ସ.) - ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଳା ଗ୍ରାମରେ ଜଣେ ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳା ଚିମିଳା ଗ୍ରାମର ଗୁରୁଦେବ ମୁଣ୍ଡାଙ୍କ ସ୍ତ୍ରୀ ରୀତା ମୁଣ୍ଡା (୨୨) । ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନରେ ଘରେ ଏକୁଟିଆ ଥିବା ସମୟରେ ରିତ
ପିନ୍ଧା ଓଢଣୀରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା


ଚମ୍ପୁଆ, ୮ ଜୁନ୍ (ହି.ସ.) - ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଳା ଗ୍ରାମରେ ଜଣେ ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳା ଚିମିଳା ଗ୍ରାମର ଗୁରୁଦେବ ମୁଣ୍ଡାଙ୍କ ସ୍ତ୍ରୀ ରୀତା ମୁଣ୍ଡା (୨୨) । ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନରେ ଘରେ ଏକୁଟିଆ ଥିବା ସମୟରେ ରିତା ନିଜ ପିନ୍ଧା ଓଢଣିରେ ଘରଭିତରେ ଫାଶୀ ଲଗାଇ ଦେଇଥିଲେ। ପରିବାର ଲୋକେ ଘରକୁ ଫେରିବା ପରେ ରିତା ଫାଶୀ ଲଗାଇ ଥିବା ଦେଖି ଚମ୍ପୁଆ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଚାରି ବର୍ଷ ତଳେ ବିବାହ କରିଥିବା ରିତା ଘରୋଇ ସମସ୍ୟାକୁ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande