ଭୁବନେଶ୍ୱର, 8 ଜୁନ୍ (ହି.ସ.)
- ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା । ପୁରୁଣା ବିଲ୍ଡିଂର ରୂପରେଖ ବଦଳା ଯିବା ନେଇ ବିଚାର
ଚାଲିଥିବା ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେହିପରି ଭୁବନେଶ୍ୱରରେ
ତିଆରି ହେବ ଓଡିଶା ମଣ୍ଡପ । ଚନ୍ଦ୍ରଶେଖରପୁରରେ ଜାଗା ଚି଼ହ୍ନଟ ହୋଇଛି । ଏହା ମଲ୍ଟି କନଭେନସନ
ସେଣ୍ଟର ହେବ । ଲୋକଙ୍କ ରହଣି ସହ 10 ହଜାର ଲୋକ ବସିବାର
ସୁବିଧା ରହିବ । ରାଜ୍ୟରେ ଡିଜାଷ୍ଟର ରିଲିଭେଣ୍ଟ ବିଲଡିକଙ୍ଗ ତିଆରି ହେବ । ସମୟ ସୀମା ଭିତରେ ସବୁ ବିଲଡିଂ କାମ ସରିବ ବୋଲି କହିଛନ୍ତି ପୂର୍ତ୍ତ
ମନ୍ତ୍ରୀ । ନୂଆ ଟେକ୍ନୋଲୋଜି ଜରିଆରେ କେମିତି କମ ଖର୍ଚ୍ଚରେ ହେବ ଏ ନେଇ ଆଇବିସିସହ ଆଲୋଚନା ହୋଇଛି । ନୂଆ ଇଞ୍ଜିନିଅରଙ୍କୁ
ଏ ନେଇ ଟ୍ରେନିଂ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା