ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ୱର, 8 ଜୁନ୍ (ହି.ସ.)- ଆଜି ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଶ୍ରୀ ବିଭୂତି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ବିଧାୟକ ଗଣ, ଜିଲ୍ଲାର ସମସ୍ତ ବିଭାଗର
ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ


ଭୁବନେଶ୍ୱର, 8 ଜୁନ୍ (ହି.ସ.)- ଆଜି ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଶ୍ରୀ ବିଭୂତି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଣଶିକ୍ଷା

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ବିଧାୟକ ଗଣ, ଜିଲ୍ଲାର ସମସ୍ତ ବିଭାଗର

ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକରେ ସରକାରର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା

କାର୍ଯକ୍ରମ ସମ୍ପର୍କରେ ଆଲୋଚନା ହୋଇଛି। ଏହି କାର୍ଯ୍ୟକ୍ରମରେ ଲାଗିବାକୁ ଥିବା ଷ୍ଟଲରେ

ସରକାରଙ୍କର ଯୋଜନା ଏବଂ ସୁବିଧା ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଏହା କିପରି

ହେବ ଏବଂ କେମିତି କରାଯିବ ସେ ସମ୍ପର୍କରେ ମଧ୍ୟ ସବିଶେଷ ଆଲୋଚନା ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande