ଭୁବନେଶ୍ୱର, 8 ଜୁନ୍ (ହି.ସ.)- ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା । ୩ ଜଣ ଉଦ୍ଧାର ହୋଇଥିବା
ବେଳେ ଜଣେ ନାବାଳିକା ନିଖୋଜ । ବଡ଼ବାପାଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି
। ତେବେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ହେଁ
ପାୱାର ବୋଟ୍ କାମ ନ କରିବା ନେଇ ତାତିଛନ୍ତି ଗ୍ରାମବାସୀ । ଡଙ୍ଗା ସାହାଯ୍ୟରେ ଗ୍ରାମବାସୀଙ୍କ
ପକ୍ଷରୁ ଖୋଜାଖୋଜି ଜାରି ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା