ଭୁବନେଶ୍ୱର, 8 ଜୁନ୍ (ହି.ସ.)
- ସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଲକ୍ଷାଧିକ
ଭକ୍ତଙ୍କ ସମାଗମକୁ ଏଆଇମାଧ୍ୟମରେ ନିୟନ୍ତ୍ରଣ କରାଯିବ ବୋଲି ସୂଚନା
ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ମୁତୟନ ହେବ 70 ପ୍ଲାଟୁନ ଫୋର୍ସ ସମେତ 4
ଏସପି,
450
ପୋଲିସ ଅଧିକାରୀ । ଶ୍ରୀମନ୍ଦିର ଭିତରେ ଜଣେ ଏସପିଙ୍କ ସହ ରହିବେ 34 ପ୍ଲାଟୁନ ପୋଲିସ ଫୋର୍ସ ।ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ରହିବ 2
ଏସପିଙ୍କ
ସମେତ 24 ପ୍ଲାଟୁନ ଫୋର୍ସ । ଟ୍ରାଫିକ
ସୁପରିଚାଳନା ପାଇଁ ଜଣେ ଏସପିଙ୍କ ସହ 8ପ୍ଲାଟୁନ ଫୋର୍ସ ହେବେ ମୁତୟନ । ଭକ୍ତଙ୍କ ସହଯୋଗ ପାଇଁ ରହିବେ ଜଣେ ଅତିରିକ୍ତ ଏସପିସହିତ
ଏକ ପ୍ଲାଟୁନ ଫୋର୍ସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା