ଚନ୍ଦନଗୁଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା
ମାଲକାନଗିରି, ୮ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା ପଦ୍ମଗିରି ନିକଟସ୍ଥ ଚନ୍ଦନଗୁଡା ଗ୍ରାମରେ ଗତକାଲି ଅପରାହ୍ନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିନିମନ୍ତେ ୭ କିଲୋମିଟର ଦୂର ବଇଲାପାଲ୍ଲୀ ନଦୀରୁ ଜଳ ସଂଗ୍ରହ କରାଯାଇ ଘଣ୍ଟ, ହୁଳହୁଳି ଧ୍ୱନି ରେ ବିରାଟ କଳସ ଶୋଭାଯାତ
ଚନ୍ଦନଗୁଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା।


ମାଲକାନଗିରି, ୮ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା ପଦ୍ମଗିରି ନିକଟସ୍ଥ ଚନ୍ଦନଗୁଡା ଗ୍ରାମରେ ଗତକାଲି ଅପରାହ୍ନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିନିମନ୍ତେ ୭ କିଲୋମିଟର ଦୂର ବଇଲାପାଲ୍ଲୀ ନଦୀରୁ ଜଳ ସଂଗ୍ରହ କରାଯାଇ ଘଣ୍ଟ, ହୁଳହୁଳି ଧ୍ୱନି ରେ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନାମ ସଂକୀର୍ତ୍ତନ ସହ ପ୍ରାୟ ୧୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନପ୍ରସାଦ ବ୍ଯବସ୍ଥା କରାଯାଇଥିଲା। ବର୍ତ୍ତମାନର ସମାଜରେ ସାଧାରଣ ଭୋଜି ହେଉ ଅବା ପ୍ରସାଦସେବନ ହେଉ ପ୍ଲାଷ୍ଟିକ ଖଲି ବ୍ଯବହାର କରି ଫିଙ୍ଗି ଦେଇଥାନ୍ତି, ସେହି ଖଲିକୁ ଖାଇ ଗାଈ ଗୋରୁ ବିଭିନ୍ନ ରୋଗରେ ପଡନ୍ତି ପରିବେଶ ମଧ୍ୟ ଦୂଷିତ ହୋଇଥାଏ। ଏହାକୁ ଗଭୀରତାର ସହ ଆଲୋଚନା କରି ଗ୍ରାମ ସ୍ତ୍ରୀ ଲୋକ ଓ ଝିଅମାନେ ପାରମ୍ପରିକ ରୀତିରେ ପ୍ରାୟ ଦଶ ହଜାର ପତ୍ର ଖଲି ପ୍ରସ୍ତୁତ କରିଥିଲେ। ଯାହାକି ପରିବେଶ, ଶ୍ରଦ୍ଧାଳୁ ଓ ଜୀବଜନ୍ତୁଙ୍କ ନିମନ୍ତେ ମଧ୍ୟ ଉପଯୋଗୀ । ବୈଦିକ ରୀତିନୀତି ଅନୁଯାୟୀ ୬ ତାରିଖ ଦିନ ଅଧିବାସ କ୍ରମ, ୭ ତାରିଖ ଦିନ ଅପରାହ୍ନରେ କଳସ ଯାତ୍ରା, ନାମ ସଂକୀର୍ତ୍ତନ ଓ ଅନ୍ନ ପ୍ରସାଦସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସେହିପରି ୮ତାରିଖ ସକାଳେ ସୂର୍ଯ୍ୟ ପୂଜା, ଗୋ ପୂଜା ଓ ଅନ୍ନପ୍ରସାଦ ସେବନ ଓ ୯ ତାରିଖ ସକାଳ ୯ଟା ସମୟରେ ମନ୍ଦିର ମଧ୍ୟକୁ ତିନି ଠାକୁର ପ୍ରବେଶ ପୂଜାର୍ଚ୍ଚନା ନାମ ସଂକୀର୍ତ୍ତନ ଓ ଦିବାରାତ୍ର ଅନ୍ନପ୍ରସାଦ ସେବନ ବ୍ଯବସ୍ଥା କରାଯାଇଅଛି। ମନ୍ଦିର ପ୍ରତିଷ୍ଠା ପରେ ଅଂଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଚନ୍ଦନଗୁଡା ନିବାସୀ ସ୍ବର୍ଗତ କ୍ରୁଷ୍ନ ବୁରୁଦାଙ୍କ ସନ୍ତାନ ମାନେ ପିଲାଦିନେ କାଠରେ ରଥ ତିଆରି କରି ଖେଳିବା ଦେଖି ମନସ୍ଥ କରିଥିଲେ ମନ୍ଦିର ଓ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବେ। ବହୁ ବାଧା ବିଘ୍ନ ସତ୍ତ୍ବେ ଛୋଟିଆ କୁଡିଆରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ସହ ରଥଯାତ୍ରା ଧୁମଧାମରେ ପାଳନ କରି ଆସୁଥିଲେ। କିନ୍ତୁ, ଗତ ବର୍ଷ ତାଙ୍କର ଦେହାନ୍ତ ପରେ ଲୋକଙ୍କ ମନରେ ଗଭୀର ଆଘାତ ଲାଗିଥିଲା। ତେବେ ପରିବାର ବର୍ଗ ସନ୍ତାନ ସନ୍ତତି ଓ ଅଂଚଳବାସୀଙ୍କ ସହଯୋଗରେ ସଦିଚ୍ଛା ପୂରଣ ହୋଇଥିବାରୁ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ମନୁଷ୍ଯ ସିନା କ୍ଷଣ ସ୍ଥାୟୀ କିନ୍ତୁ ତାଙ୍କର କର୍ମ ଚିର ଅମର ରହିଥାଏ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande