ଆମେରିକାରୁ ନିର୍ବାସିତ କରାଯାଇଥିବା 37ଜଣ ନେପାଳୀ ନାଗରିକଙ୍କୁ ଚାର୍ଟାଡ ବିମାନ ଯୋଗେ କାଠମାଣ୍ଡୁ ଅଣାଗଲା
କାଠମାଣ୍ଡୁ, 9 ଜୁନ (ହି.ସ)-ଅବୈଧ ଭାବରେ ଆମେରିକାରେ ରହୁଥିବା 37 ନେପାଳୀ ନାଗରିକଙ୍କୁ ରବିବାର ବିଳମ୍ବିତ ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନରେ ନିର୍ବାସନ ପରେ ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଅଣାଯାଇଥିଲା।କାଠମାଣ୍ଡୁ ପହଁଞ୍ଚିବା ପରେ ନିର୍ବାସିତମାନ
ଆମେରିକାରୁ ନିର୍ବାସିତ କରାଯାଇଥିବା 37ଜଣ ନେପାଳୀ ନାଗରିକଙ୍କୁ ଚାର୍ଟାଡ ବିମାନ ଯୋଗେ କାଠମାଣ୍ଡୁ ଅଣାଗଲା


କାଠମାଣ୍ଡୁ,

9 ଜୁନ (ହି.ସ)-ଅବୈଧ ଭାବରେ ଆମେରିକାରେ ରହୁଥିବା 37 ନେପାଳୀ ନାଗରିକଙ୍କୁ ରବିବାର ବିଳମ୍ବିତ ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର

ଚାଟାର୍ଡ ବିମାନରେ ନିର୍ବାସନ ପରେ ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦରକୁ

ଅଣାଯାଇଥିଲା।କାଠମାଣ୍ଡୁ ପହଁଞ୍ଚିବା ପରେ ନିର୍ବାସିତମାନଙ୍କୁ ତୁରନ୍ତ ନେପାଳୀ ଆପ୍ରବାସନ

ଅଧିକାରୀ ଏବଂ ସୁରକ୍ଷାକର୍ମୀମାନଙ୍କ ଦ୍ୱାରା ପଚରାଉଚରା କରି ସେମାନଙ୍କୁ ସେମାନଙ୍କ

ଗନ୍ତବ୍ୟସ୍ଥଳକୁ ଯିବାକୁ ଅନୁମତି ଦିଆଯାଇଥିଲା।ନେପାଳ ଆପ୍ରବାସନ ଅଧିକାରୀଙ୍କ ଅନୁସାରେ ନିର୍ବାସିତ

ଲୋକଙ୍କ ମଧ୍ୟରେ ସେହି ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ଯେଉଁମାନେ ସେମାନଙ୍କର ଭିସାରେ ଅଧିକ ସମୟ

ପର୍ଯ୍ୟନ୍ତ ରହିଥିଲେ ,କିମ୍ବା ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିଥିଲେ,କିମ୍ବା ସେମାନଙ୍କର

ପ୍ରବାସ ସ୍ଥିତିକୁ ନିୟମିତ କରିବାରେ ବିଫଳ ହୋଇଥିଲେ।ନିର୍ବାସିତମାନଙ୍କୁ ପଚରାଉଚରା ପରେଇମିଗ୍ରେସନ ଅଧିକାରୀମାନେ କହିଛନ୍ତି ଯେ କିଛି

ଲୋକଙ୍କୁ ତ୍ୱରିତ ନିଷ୍କାସନ ପ୍ରକ୍ରିୟା ଅନୁଯାୟୀଅଟକ ରଖାଯାଇଥିଲା।ଏହା ଏକ ନୀତି ଯାହା ଆମେରିକା କତ୍ତୃପକ୍ଷଙ୍କୁ ପୁର୍ଣ୍ଣ ଅଦାଲତ

ଶୁଣାଣି ବିନା ଅନଧିକୃତ ପ୍ରବାସୀମାନଙ୍କୁ ନିର୍ବାସିତ କରିବାକୁ ଅନୁମତି ଦିଏ ,ଯଦି ସେମାନେ

ଦୁଇବର୍ଷରୁ କମ ସମୟରେ ବେଆଇନ ଭାବରେ ଦେଶରେ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande