ଚୀନ ତାଇୱାନରେ ସାମରିକ ଘେରାବନ୍ଦୀ ବୃଦ୍ଧି କରିଛି,ସାତୋଟି ବିମାନ,ଆଠଟି ନୌସେନା ଜାହାଜ ପଠାଇଲା
ତାଇପେ,(ତାଇୱାନ) 9 ଜୁନ (ହି.ସ)-ତାଇୱାନ ଏବଂ ଚୀନ ମଧ୍ୟରେ ସାମରିକ ସଙ୍ଘର୍ଷ ବୃଦ୍ଧି ପାଇବାରେ ଲାଗିଛି।ଚୀନ ଲଗାତାର ତାଇୱାନକୁ ଘେରି ରହିଛି। ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ (ଏମଏନଡୀ) କହିଛନ୍ତି ଯେ ଆଜି ସକାଳ ଛଅଟା ସମୟରେ (ସ୍ଥାନୀୟ ସମୟାନୁସାରେ)ଦେଶର ଜଳସ
ଚୀନ ତାଇୱାନରେ ସାମରିକ ଘେରାବନ୍ଦୀ ବୃଦ୍ଧି କରିଛି,ସାତୋଟି ବିମାନ,ଆଠଟି ନୌସେନା ଜାହାଜ ପଠାଇଲା


ତାଇପେ,(ତାଇୱାନ) 9 ଜୁନ

(ହି.ସ)-ତାଇୱାନ ଏବଂ ଚୀନ ମଧ୍ୟରେ ସାମରିକ ସଙ୍ଘର୍ଷ ବୃଦ୍ଧି ପାଇବାରେ ଲାଗିଛି।ଚୀନ ଲଗାତାର

ତାଇୱାନକୁ ଘେରି ରହିଛି। ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ (ଏମଏନଡୀ) କହିଛନ୍ତି ଯେ

ଆଜି ସକାଳ ଛଅଟା ସମୟରେ (ସ୍ଥାନୀୟ ସମୟାନୁସାରେ)ଦେଶର ଜଳସୀମା ନିକଟରେ ଚୀନର ସାତୋଟି

ବିମାନ ଏବଂ ଆଠଟି ନୌସେନା ଜାହାଜକୁ ଟ୍ରାକ କରାଯାଇଥିଲା।ଚୀନର ସାତରୁ

ପାଞ୍ଚ ବିମାନ ମଧ୍ୟମ ରେଖା ଅତିକ୍ରମ କରି ତାଇୱାନର ଦକ୍ଷିଣ -ପଶ୍ଚିମୀ ଏବଂ ପୁର୍ବୀ

ଏଡୀଆଇଜେଡରେ ପ୍ରବେଶ କରିଥିଲେ।ଏମଏନଡୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ ତାଇୱାନ ନିକଟରେ କାମ

କରୁଥିବା ପିଏଲଏ ବିମାନ ଏବଂ ଆଠଟି ପିଏଲଏଏନ ବିମାନର ସାତୋଟି ଉଡାଣ ଆଜି ସକାଳ 6ଟା ସମୟରେ

(ୟୁଟିସୀ+8)ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ

କରାଯାଇଥିଲା।ସାତରୁ ପାଞ୍ଚ ବିମାନ ଦକ୍ଷିଣ-ପଶ୍ଚିମୀ ଏବଂ ପୁର୍ବୀ ଏଡୀଆଇଜେଡରେ ପ୍ରବେଶ

କରିଥିଲା।ତାଇୱାନର ସେନା ଏହାର ଜବାବ ଦେଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande