ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାପୂର୍ବକ ପ୍ରଣାମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ମାତାର ବୀର ସନ୍ତାନ ବିର୍ସା ମୁଣ୍ଡାଙ୍କ ଜୀବନ ସାହସ, ସ୍ୱାଭିମାନ ଓ ବଳିଦାନର ପ୍ରତୀକ ବୋଲି
ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ

ଶ୍ରଦ୍ଧାପୂର୍ବକ ପ୍ରଣାମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ମାତାର ବୀର

ସନ୍ତାନ ବିର୍ସା ମୁଣ୍ଡାଙ୍କ ଜୀବନ ସାହସ, ସ୍ୱାଭିମାନ ଓ ବଳିଦାନର ପ୍ରତୀକ ବୋଲି

କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଧରତୀ ଆବା ଭଗବାନ ବିର୍ସା

ମୁଣ୍ଡାଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାପୂର୍ବକ ନମନ କରୁଛି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,ଭାରତ ମାତାର ସ୍ଵାଧୀନତା,

ଆଦିବାସୀ

ସମାଜର ଅସ୍ମିତା ଓ ଅଧିକାର ସୁରକ୍ଷା ପାଇଁ ନିଜ ପ୍ରାଣବଳୀ ଦେଇଥିବା ଭାରତ ମାତାର ବୀର ସନ୍ତାନ

ବିର୍ସା ମୁଣ୍ଡାଙ୍କ ଜୀବନ ସାହସ, ସ୍ୱାଭିମାନ ଓ ବଳିଦାନର ପ୍ରତୀକ। ‘ଉଲୁଗୁଲାନ’

ଆନ୍ଦୋଳନ

ମାଧ୍ୟମରେ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ସେ ଯେଉଁ ଜାଗରଣ ସୃଷ୍ଟି କରିଥିଲେ,

ତାହା

ଆଜି ମଧ୍ୟ ଜନଜାତି ସମାଜ ଓ ସମଗ୍ର ଭାରତବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣାର ସ୍ରୋତ ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande