ଜୟପୁର, ୯ ଜୁନ୍ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଦିନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଏପିଓ ସନ୍ତୋଷି ମହାପାତ୍ର, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ରାସ୍ତା, ଡ୍ରେନ ଆଦି ବାବଦରେ ଅଭିଯୋଗ କରିଥିଲେ । ଏହାସହ ଲୋକମାନେ କିପରି ସରକାରୀ ଯୋଜନାର ଲାଭ ପାଇପାରିବେ ସେନେଇ ଉପସ୍ଥିତ ଅଧିକାରି ମାନେ ସଚେତନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି