ଭୁବନେଶ୍ୱର, 9 ଜୁନ୍ (ହି.ସ.)
- ପୂର୍ବତନ
ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନନ୍ଦିନୀ ଶଥପଥୀ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏହି ଅବସରରେ ଭକ୍ତ ଦାସ କହିଛନ୍ତି କଂଗ୍ରେସ ଦଳ
ଏବଂ ଓଡିଶା ପାଇଁ ଅନେକ କାର୍ଯ୍ୟ କରିଥିଲେ ନନ୍ଦିନୀ ଶତପଥୀ । ମୁଁ ମନ୍ତ୍ରୀ ଥିବା ବେଳେ
ତାଙ୍କୁ ଅନେକ ଥର ସାକ୍ଷାତ କରିଛି ଆଲୋଚନା କରିଛି । ସିଏ ଜଣେ ଶକ୍ତିଶାଳୀ ମହିଳା ଥିଲେ । ଓଡିଶାକୁ
ଆଜି ନନ୍ଦିନୀ ଶତପଥୀ ଭଳି ନାରୀ ନେତ୍ରୀଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା